STORYMIRROR

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

ନୂଆବର୍ଷ ୨୦୨୨

ନୂଆବର୍ଷ ୨୦୨୨

1 min
161


୨୦୨୦ ଓ ୨୦୨୧ ଵରଷ ଦୁଇରେ

ଦୁଃଖରେ କଟିଲା ଘନ ଘଟା ମଧ୍ୟରେ

  

ପୂରିଲା ସବୁକାଳ ଚିନ୍ତା ଚେତନାରେ  

ହରାଇଲେ ପ୍ରାଣ ଅଜଣା ରୋଗରେ


ବିଜ୍ଞାନ ଓ ଶିକ୍ଷାରେ ପାଉ ମଣିଷ ଯଶ

ନୂଆ ବର୍ଷ ଆସ ହୋଇ ନୂଆ ରଙ୍ଗ ବେଶ 


ନୂଆ ବରଷ, ଢାଳିବ ସୁନା କଳସ 

ସ୍ୱାସ୍ଥ୍ୟରେ ଢାଳୁ ନିରୋଗୀ ଆଶିଷ


ହେ ଦୁଇ ହଜାର ବାଇଶି ନୂଆ ବର୍ଷ

କଷ୍ଟ ହରି, ଦେଵ ସୁଖର ପରଶ 


ଜଗତରେ ପଶୁ, ପକ୍ଷୀ ଓ ମନୁଷ୍ୟ

ଭରିବ ଖୁସି-ଉଲ୍ଲାସ,ରହିଵନି ବିରସ 


ସମସ୍ତ ଜୀବ ଭୁଲିବେ ଦୁଃଖ-କ୍ଲେଶ

ଅଛି ଆଶା, ପ୍ରାଣେ ଆଣିବ ସନ୍ତୋଷ 


ନୂଆ ଜାଗରଣେ କର ଜୀବନ ସରସ 


ମାନଵ ବୁଝିବ ମୂଲ୍ୟ, ସବୁଜ ବେଶ 

ସୁଜଳା ସୁଫଳା ହୋଇଵ ମୋ ବିଶ୍ଵ  


ନୂତନ ସ୍ଵପ୍ନେ ସୁନା ହେଉ ମୋ ଦେଶ

କଲ୍ୟାଣମୟ ହୋଇ ହଟିଯାଉ କ୍ଲେଶ


ବିଶ୍ଵ ମଙ୍ଗଳ ନେଇ ଜୀବନେ ଆଶ

ଶାନ୍ତି ସୁଖରେ କଟୁ ଏହି ପୁରା ବରଷ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational