STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ନୂଆ ପ୍ରେମିକା

ନୂଆ ପ୍ରେମିକା

1 min
268


ପୃଷ୍ଠଭୂମି: କବିତାଟି କରୋନା ଆବହମାନରେ ଲେଖା ହୋଇଛି । 2020 ରେ କରୋନା କିପରି ତା ମାୟାରେ ସଭିଙ୍କୁ କବଳିତ କରିଥିଲା ତାହା ବର୍ଣ୍ଣନା କରିଛି ! ଆଶା ଭଲ ଲାଗିବ !


ସତରେ ସେ ଆଜି ଲାଗୁଛି ନିଜର

ନୂଆ ପ୍ରେମିକାଟେ ପରି

ତା ପ୍ରୀତି ପରଶେ ହେବାକୁ ପଡିବ

ନସର  ପସର ଭାରି !!


ଆସ୍ଥାନ ଜମିବା ପୂର୍ବରୁ ସେ ପୁଣି

ଭୟଭୀତ କରି ଥିଲା

ବ୍ୟେମଯାନେ ବସି ଛଦ୍ମବେଶ ଧରି

ଆକାଶେ ଉଡି ଆସିଲା !!


ଗଣ ମାଧ୍ୟମରେ ଆତଙ୍କ ଖେଳାଇ

ଦେଶରେ ପଶିଲା ଧୀରେ

ସବୁଆଡେ ଆଜି ଚର୍ଚ୍ଚା ଚାଲିଛି ଯେ

ଏ ଯାଏ ଥମୁନି ବାରେ !!


ସରକାର କେତେ କଷଣ ସହିଲେ

ସର୍ବେ ତାଲା ବନ୍ଦ କରି

ସଙ୍ଗରୋଧ ପରି ନିୟମ ଆଣିଲେ

ବାନ୍ଧିଲେ ଘରେ ସବୁରି !!


ମୁହଁରେ ତୁଣ୍ତିଟା ଫେସନ ହୋଇଲା

ଖୁବ୍ ସଚେତନ ଜନେ

ସାରା ଦେଶବାସୀ ଏକାଠି ଗାଇଲେ

ଘଣ୍ଟ ଘଣ୍ଟା ଥାଳି ତାନେ !!


ଛୁଆଁ ଛୁଇଁ ନୀତି ନିଷେଧ ହୋଇଲା

ସମ୍ପର୍କେ ଦୂରତା ହେଲା

ତାକୁ ହଟେଇବା ଯାହା ସବୁ ଚେଷ୍ଟା 

ପାଣିରେ ମିଳେଇ ଗଲା !!


କେତେ କଷ୍ଟ ପୁଣି ଜନତାଙ୍କ ନିଷ୍ଠା

କାମ ଦେଲାନି କୋଉଠି 

ଚାରିଆଡେ ବୁଲି ଖେଳ ସେ କରୁଛି 

ଦେଶ ବିଦେଶ ସବୁଠି !!


ଖଟିଖିଆ ଲୋକେ ଘରେ ବସିଛନ୍ତି  

ଜୀବିକା ହାତରୁ ଗଲା

ବିଶ୍ବେ  ଅର୍ଥନୀତି  ଉଜାଡ଼ି ଦେଇଛି

ବେକାରୀ ପ୍ରବଳ ହେଲା !!


ସତରେ ସିଏ ତ ପ୍ରେୟସୀଠୁ ବଳି

ଆତ୍ମୀୟ ବହୁତ ଲାଗେ

ତା ପ୍ରେମରେ ନୂଆ ଜୀବନ ଜୀଇଁବା 

ଆହ୍ବାନ ମନରେ ଜାଗେ !!


ପରାପର ଭାବ ନାହିଁରେ ତା ପାଖେ

ସାହାଣ କରିଛି ମେଲା

ପ୍ରଣୟେ ଶୋଭିତ ଜନ ମାନସରେ

ଦେହସୁହା ହୋଇଗଲା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy