STORYMIRROR

Shashanka sekhar Ray

Abstract

2  

Shashanka sekhar Ray

Abstract

ନୂଆ ପ୍ରେମ ଓ ସ୍କୁଲଦିନ

ନୂଆ ପ୍ରେମ ଓ ସ୍କୁଲଦିନ

1 min
327

ମନେ ଅଛିନା ସେଦିନ କଥା ତୁମର

ବର୍ଷାରେ ଜାଣିଶୁଣି ଭିଜି ଭିଜି

ଡଙ୍ଗା ଭସାଇବା ବାହାନାରେ 

ବିଦ୍ୟାଳୟେ ଡେରିରେ ପହଁଞ୍ଚିବା

ପ୍ରଧାନଶିକ୍ଷକଙ୍କ ନାଲି ଆଖି ବେତମାଡ

ବାରଣ୍ଡାରେ ଗୋଡ ତଳେ ଗୋଡି ଦେଇ

କାନ ଧରି ଆଣ୍ଠେଇବା କଥା

ସାହିତ୍ୟର ସରଳାର୍ଥ ଆସେନି ବୋଲି ମୋତେ

ଖାତା କରିଦିଅ ଅଦଳବଦଳ

ଗଣିତରେ ତୁମେ କିନ୍ତୁ ଥିଲ ଦୁର୍ବଳ

ଗଣିତ ବଦଳେ ସାଉଁଟୁଥିଲି

ତୁମ ପାଖରୁ ସାହିତ୍ୟର ପ୍ରଶ୍ନୋତ୍ତର


କଅଁଳ ବୟସ ଡାଳେ ଗଜରୁଥିଲା

ନୂଆନୂଆ ଆମର ପ୍ରେମର କଢିପତ୍ର

ଗୋଟିଏ ଛତା ତଳେ ଦୁହେଁ 

ଖୁବ ପାଖାପାଖି ଚାଲୁଥିଲୁ 

ଲାଜ ଲାଜ ଚାହାଣୀରେ 

ରହୁଥିଲୁ ଚାହିଁ କଣେଇ କଣେଇ ପରସ୍ପର


ପ୍ରେମକୁ ଭଲ ଭାବେ ବୁଝିନଥିବା ମନ

ରାତିରେ ଦେଖୁଥିଲା ଅନେକ ସପନ

ମନେ ଲାଗୁଥିଲା ଏକ ଅପୂର୍ବ ଶୀହରଣ

ନୂଆ ନୂଆ ଉଠୁଥିବା ନିଶଉଠା ବୟସେ

କହିହୁଏନି କିଛି ଲାଜେ ମରୁଥାଏ ନିତି

ମୁଣ୍ଡ ଉପରେ କିନ୍ତୁ ଖଣ୍ଡାଟିଏ ଝୁଲୁଥାଏ ମାଟ୍ରିକ ପରୀକ୍ଷାର


ତୁମକୁ କେହି କଲେ ଅଶ୍ଳୀଳ ଇଙ୍ଗିତ

ଛାତି କାହିଁ ପାରେନି ସହି ମୋର

ତୁମେ ମୋପାଇଁ ଥିଲ 

ଜୀବନେ ପ୍ରଥମ ଆଉ ଶ୍ରେଷ୍ଟତମ ଉପହାର 

ତମ ଆଉ ମୋ ଭିତରେ ଥିଲା

ଖୁବ ପ୍ରତିଦ୍ଵନ୍ଦୀ ମନୋଭାବ 

କେତେବେଳେ ତୁମେ ପ୍ରଥମ ନହେଲେ ମୁଁ ପ୍ରଥମ

ପ୍ରଥମରୁ ଦଶମ ଶ୍ରେଣୀଯାକ 

ଖରାଛାଇ ଭଳି ହାତ ଧରାଧରି ହୋଇ

ସାରିଦେଲୁ ପଢା ସମୟ ତକ ବିଦ୍ୟାଳୟର  

ଆଜି କାହିଁ ଫେରିବାକୁ ଭାରି ଇଚ୍ଛାହୁଏ

ଭୁଲିହୁଏନା ତୁମ ମୋ ଭିତରେ ଥିବା 

ଦୁର୍ବଳ ମୂହୁର୍ତ୍ତମାନ ସବୁ ସେଦିନର



Rate this content
Log in

Similar oriya poem from Abstract