ନୂଆ ପ୍ରେମ କିଛି ଭିନ୍ନ
ନୂଆ ପ୍ରେମ କିଛି ଭିନ୍ନ
ଅଢେଇ ଅକ୍ଷର ପ୍ରେମ
ଅଢେଇ ଦିନ ଏ ଜୀବନ
ପ୍ରେମ ପଛେ ପଛେ ଯାଅ ନାହିଁ ବନ୍ଧୁ
ପ୍ରେମ ନେଇଯିବ ଦିନେ ଜୀବନ ।
କେହି ଜାଣିନାହିଁ ପ୍ରେମର ଆରମ୍ଭ
ଜାଣିନାହିଁ ତାର ଶେଷ
କେବେ ପ୍ରେମ ଏକ ମତୁଆଲି ନିଶା
କେବେ ପୁଣି ସର୍ବନାଶ ।
ଜୀବନ ଜୀବନ କହିବେ ଲୋ ଭାଇ
କରିଦେଇ ତତେ ନିଜର
ସେଇ ଜୀବନକୁ ଜହର ଦିଅନ୍ତି
ଭାଙ୍ଗି ବିଶ୍ବାସ ଆମର ।
ଆମେ ତ ପାଗଳ ଭଅଁର
ଯେଉଁ ପୁଲ ଦେଲା
ମିଠା ମହୁ ପାନ
ଆମେ କରିବା ତାକୁ ହିଁ ନିଜର ।
ସ୍ଵଭାବ ଯାହାର ଯେମିତି
ତାକୁ କି ଲୁଚେଇ ପାରିବ
ରଖିଛି ରହିବ ସର୍ବଦା ଏମିତି
ଆଉ କି ବଦଳି ପାରିବ ।
ଆଜି ତାଙ୍କ ଦେଖା କାଲିକୁ ନାହିଁ
ଭାଇ ପୁଣି ନୂଆ ପ୍ରେମିକ
ନୂଆ ପ୍ରେମିକ ପୁରୁଣା ହେଲାଣି
ନୂଆ ଏକ ବକ୍ରା ଦେଖ ।
ନୂଆ ନୂଆ ପ୍ରେମ ଭାରି ସୁନ୍ଦର ଲୋ
ବାୟାଣୀ ହେଲାଣି ଝିଅ
କେତେ ଯେ ପ୍ରେମିକ ତା ପାଇଁ ପାଗଳ
ମେସେଜ୍ ଦେବାକୁ ନାହିଁ ସମୟ ।
ସମୟ କହିବ କିଏ ପର କିଏ ନିଜର
ସମସ୍ତେ କହନ୍ତି ତୁମେ ଏକା ମୋର
ତୁମେ ଯେ ସାଥି ମୋର
ଆଉ କିଛି ଲୋଡ଼ା ନାହିଁ ଏଥର ।
ସବୁଠୁ ନିଜର କରିଦେବେ ଭାଇ
କହିବେ ଜୀବନ ଧନ
ଚାଲ ଯିବା ଆଜି ବିଗ୍ ବଜାର
ନୂଆ ଡ୍ରେସ ଆଣିବା ପାଇଁ ।
ଟଙ୍କା ନାହିଁ ପାଖେ କହିବି କଣ
କେହି ଟିକେ ଦିଅ ଧାରେ
କହିବି ପାରୁନି ଯିବା ନାହିଁ ବେବୀ
ମୋ ପାଖରେ ନାହିଁ ଧନ ।

