Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarshani Mahapatra

Inspirational Children

4  

Priyadarshani Mahapatra

Inspirational Children

ନୂଆ ଏକ ରୂପ

ନୂଆ ଏକ ରୂପ

1 min
535


ଅଭିମାନ ସବୁ ଢ଼ାଳି ଦେଉଛି ମୁଁ

ତୁମରି ପାଦ କମଳେ,

ତୁମ ସ୍ୱରୂପରେ ରଖିଣ ମୋ ଧ୍ୟାନ

ଭକ୍ତିର ଅଞ୍ଜଳି ଢାଳେ ।


ହୋଇନପାରେ ମୁଁ ପୂଣ୍ୟ ମନ୍ଦାକିନୀ

ପବିତ୍ର ଗଙ୍ଗାର ଧାରା,

ହୋଇ ତ ପାରିବି ତୁମ ପଦ ଦାସୀ

କରୁଣାରେ ତୁମେ ଭରା ।


ହୋଇନପାରେ ମୁଁ ସଜଫୁଲଟିଏ

ଆଖିକୁ ମୋହିବା ପାଇଁ,

ଜୀବଦାନ ତୁମେ ଦେଇଛ ମନକୁ 

ସୁନ୍ଦର କରିବା ପାଇଁ ।


ବାହ୍ୟ ଆବରଣୁ କି ମିଳିବ ମୋତେ

ମନ ସୁନ୍ଦର ନଥିଲେ,

ତାହାକୁ ନିଶ୍ଚୟ କରିବି ସୁନ୍ଦର

ଥିଲା ଯାଏଁ ମହୀ ତଳେ ।


ତୁମ ବିନା ପ୍ରଭୁ ସବୁ ତ ଅସାର

ତୁମ ବିନା କେହି ନାହିଁ,

ଖରା-ଛାଇ ଏଇ ଚଲାବାଟରେ 

ଚାଲୁଛି ତୁମରି ପାଇଁ ।


ତୁମ ଶ୍ରୀପଦରେ ସମର୍ପଣ କଲି

ମୋର ପୂରା ଜୀବନକୁ,

ସମସ୍ତଙ୍କୁ ସ୍ନେହ ଦୃଷ୍ଟିରେ ଦେଖିବି

କଥା ଦେଉଛି ତୁମକୁ ।


ଯାହା ହେବ ସବୁ ମୋର କର୍ମଫଳ

କହିବାର କିଛି ନାହିଁ,

ଯେଉଁଠି ରଖିବ ଯେମିତି ରଖିବ

ରହିବି ସେମିତି ହୋଇ ।


ମାଗିବିନି କିଛି ନିଜ ପାଇଁ କେବେ

କରିବିନି ଅଭିଯୋଗ,

କରିଛି ଯେତିକି ଜୀବନରେ ମୁହିଁ

ଦଣ୍ଡନୀୟ ଅପରାଧ ।


କ୍ଷମା ମାଗିବି ନା ଦଣ୍ଡ ମୁଁ ମାଗିବି

କିଛି ବୁଝି ପାରୁନାହିଁ,

ସବୁ ତୁମ ଇଚ୍ଛା ଆହେ ମୋର ପିତା

ସବୁ ତୁମ ଦୟା ପାଇଁ ।


କରୁଛି ମିନତୀ ହେ ଜଗତପତି

ତୁମରି ଶ୍ରୀପାଦ ତଳେ,

ତୁମ ପାଇଁ ପ୍ରଭୁ ମୋ ହୃଦ-ମନ୍ଦିରେ

ପ୍ରତ୍ୟହ ପ୍ରଦୀପ ଜଳେ ।



Rate this content
Log in