STORYMIRROR

AJIT KIMAR TRIATHY

Abstract

2  

AJIT KIMAR TRIATHY

Abstract

ନୂଆ ବରଷର ନୂଆ ସନ୍ଦେଶ

ନୂଆ ବରଷର ନୂଆ ସନ୍ଦେଶ

1 min
170

ନିର୍ଯ୍ୟାତନା,ଦୁଷ୍କର୍ମ ଅବଳା କରଇ ଚିତ୍କାର

ନରହନ୍ତା,ଠକ,ଭଣ୍ଡ,ଚୋର,ଖଣ୍ଟ,ଟାଉଟର

ଅନ୍ୟାୟ,ଅନୀତି,ଦୁର୍ନୀତି ପୁଣି ଭ୍ରଷ୍ଟାଚାର

ଲୋଭ,ମୋହ,ମାୟା,ଈର୍ଷା,ଦ୍ୱେଷ,ସ୍ୱାର୍ଥପର,

ନୂତନତା ନାମେ ଇଏ କଣ ଶୁଭ ସମାଚାର

ଏ ନୁହଇ ଉଚିତ ବିଚାର,ଅନ୍ୟାୟ ମାତର

ପାରିବକି ଦେଇ ତୁମେ ସୁରକ୍ଷା ଓ ସଦାଚାର

କରିକି ପାରିବ ମନୁଷ୍ୟର ଚରିତ୍ର ସଂହାର

ନରହିବ ଏଠି ଭୟ ଭ୍ରାନ୍ତି,ମିଥ୍ୟା,ବ୍ୟଭିଚାର

ଶୋଷଣ,କଷଣ ଦୁର୍ନୀତି,ଅନୀତି ଅତ୍ୟାଚାର

ସ୍ଵତନ୍ତ୍ରତା,ସ୍ୱାଧୀନ ଆଚାର,ସ୍ଵଧୀନ ବିଚାର,

ସୁଖ,ଶାନ୍ତି ସମୃଦ୍ଧି,ସଂହତି ଏକତା ମନ୍ତର

ଦୁଃଖୀ,ରଙ୍କୀ,ନିଃସ୍ୱ,ଅସହାୟ,ନିର୍ବିକାର

ଲୁଣ୍ଠନ,ଧର୍ଷଣ,ହତ୍ୟା,ଦୈନ୍ୟ ହାହାକାର

ପ୍ରାକୃତିକ ଦୁର୍ବିପାକେ ଆଜି ବିପନ୍ନ ସଂସାର

ବନ୍ୟା,ବାତ୍ୟା,ମରୁଡି,ବହ୍ନି,ଅଂଶୁଘାତ ଡର

କୃଷକ କଷଣ,ଆତ୍ମ ହତ୍ୟା କରିବକି ଦୂର

ତୁମ ଆଗମନେ ବିଶ୍ଵ ହେଉ ନୂତନ ପ୍ରକାର

ଆଶୀର୍ବାଦ କରହେ ସ୍ଥାବର,ଜଙ୍ଗମ ଆବର

ଶାନ୍ତି,ମୈତ୍ରୀ,ସଂହତି,ଏକତା, ସୃଜି ପୁନର୍ବାର

ସୃଷ୍ଟିରେ ସୁଖ ସମ୍ପଦ ସଦା ଦେବକି ଏଥର

ଏହାହିଁ ହେବ ନୂତନବର୍ଷ ଶ୍ରେଷ୍ଠ ପୁରଷ୍କାର

ଦୁଇହଜାର କୋଡିଏ ଘେନ ସ୍ଵାଗତ ଆମର

ଆଶା,ବିଶ୍ୱାସ,ଭରସା ସଦା ହେଉ ଭରପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract