Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ନୂଆ ବରଷର ନୂଆ ସକାଳ

ନୂଆ ବରଷର ନୂଆ ସକାଳ

2 mins
201


ନୂଆ ବରଷର ନୂଆ ସକାଳ

ଗତକାଲି ପରି ଆଜି ବି ତ ଅଛି ଠିକ୍ ସେମିତି

ବ୍ୟସ୍ତ ବିବ୍ରତରେ ଚଳ ଚଞ୍ଚଳ ଗହଳ ଚହଳ

ଚିକ୍ ମିକ୍ ସୁନେଲି ଖରାର ଝଲସ ଅଗଣାରେ 

ଗଛମାନଙ୍କର ଲମ୍ବା ଲମ୍ଵା ଛାଇର ଉହାଡ଼

ଶ୍ରମିକ ତରତର ହୁଏ କାମରେ ଯିବ ବାହାରି

ଖାଏ କଞ୍ଚାଲଙ୍କା ପିଆଜ ସାଥେ ବାସି ପଖାଳ

ଚଢ଼େଇ ନା ନା ଜାତିର ଉଡି଼ଯାନ୍ତି ଫୁର୍ ଫାର୍

ରାବି ଅବୁଝା ଶବ୍ଦରେ କିଚିର୍ ମିଚିର୍

ଗାଡ଼ି ମଟର ଭୁଁ ଭାଁ ଚାଲେ ବାଟଘାଟ ଯାକ

ଫୁଲ ବି ତ ସେମିତି ହିଁ ଫୁଟିଛି ପାଖୁଡ଼ା ମେଲି

ଶୀତୁଆ ପବନେ ଉଡ଼ି ଆସେ ତା' ମହକ

ମନ ଭରି ସେ ମହକକୁ ଉପଭୋଗ କରିବାକୁ

ଦଣ୍ଡେ ବି ସମୟ ନାହିଁ କାହାରି ପାଖରେ

ଅଝଟ ଛୁଆଟା କାନ୍ଦୁଛି ରାହା ଧରି

ବୁଝାଇ ଗେଲ କରିବାକୁ ମା'ର ସମୟ ଅଣ୍ଟୁନି 

ବାସି ପାଇଟି ଯାବତୀୟ ଘର କାମରେ 

ତେବେ ନୂଆ କ'ଣ ଯେ ନୂଆ ବରଷର......

ବଦଳିନି ସେମିତି କିଛି ବି ପୂର୍ବ ଦିନ ଠାରୁ

ଯଦି ବଦଳିଛି ତାରିଖ କେବଳ କ୍ୟାଲେଣ୍ଡରରେ

ମୁଷ୍ଟିମେୟ ଲୋକମାନଙ୍କର ଖୁସି ମିଜାଜ

ବୁଲାବୁଲି ବଣଭୋଜି ନାଚଗୀତର ମଜା ମଉଜ

ଅବଶ୍ୟ ସ୍ୱାଭାବିକ ଦିନଠୁ ଟିକିଏ ଅଧିକ

ଲାଗୁଛି ଅନ୍ୟ ସକାଳରୁ ଆଜି ବେଶି କୋଳାହଳ

ଏଇ ବୋଧହୁଏ ନୂଆ ବରଷର ନୂଆ ସକାଳ

ଆସନ୍ତା କାଲି ବି ତ ଆସିବ ନୂଆ ସକାଳ

ଆଗକୁ ଯେତେ ବି ଆସିବ ଜୀବନରେ

ସବୁ ହିଁ ନୂଆ ସକାଳ ସମୟର ସବୁ ଖେଳ

ଯେ ପର୍ଯ୍ୟନ୍ତ ବଦଳି ନାହିଁ ମଣିଷର ମାନସିକତା

ନୂଆର ରଙ୍ଗ ନୂଆ ଲାଗେନି ଲାଗେ ଫିକା ଫିକା

ଯେଉଁଠି ଏ ମଣିଷକୁ ନିଦ ହୁଏନି ଗଦି ବିଛଣାରେ

ନ ଖାଇଲେ ଶୋଇବା ବେଳେ ଗୋଟେ ନିଦ ବଟିକା

ପୁଣି କାହାର ଜୀବନ ଛଟପଟ ହୁଏ

ମାରାତ୍ମକ ରୋଗରେ ଦାମିକା ଔଷଧ ବିନା

ଯେଉଁଠି ଚାଲେ ଦିନ ଦ୍ୱିପ୍ରହରରେ ହତ୍ୟା

ଲୁଣ୍ଠନ ହୁଏ ନାରୀର ମାନ ମର୍ଯ୍ୟାଦା ସମ୍ମାନ

ଚାଲେ ସ୍ଵେଚ୍ଛାଚାର ଦିଆଯାଏ ଅବାଞ୍ଛିତ ନିର୍ଯ୍ୟାତନା

ସେଠି ନୂଆ ବରଷ ନୂଆ ସକାଳ

ପାଳିବାର ଆନନ୍ଦ ହୋଇ ପାରେ ଅବା କ'ଣ

ଏ ମାନବ ସଭ୍ୟତାର କ୍ରମ ବିକାଶ 

ନା ସମୟକୁ ଆଖିଠାର ମାରିବାରେ ଏକ ପ୍ରବଞ୍ଚନା

ଆସୁ ନୂଆ ବରଷ ନୂଆ ସନ୍ଦେଶ ନେଇ

ସ୍ୱାଗତ କରିବୁ ପବିତ୍ର ମନ ପ୍ରାଣ ହୃଦୟରୁ 

ଯଦି ଆସନ୍ତା ସାଥୀରେ ନେଇ ସାମ୍ୟ ଶାନ୍ତି ମୈତ୍ରୀ

ସାରା ବିଶ୍ୱବାସୀ ବାନ୍ଧି ହୁଏନ୍ତେ ଏକତାର ସୂତ୍ରେ...

ନିଶ୍ଚିତ ଭାବରେ ଅପୂର୍ବ ସୁନ୍ଦର ଲାଗିଥାନ୍ତା 

ନୂଆ ବରଷର ନୂଆ ସକାଳ......।



Rate this content
Log in

Similar oriya poem from Inspirational