STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ନୂଆ ବରଷ

ନୂଆ ବରଷ

1 min
245

ନୂଆ ବରଷରେ ନୂଆ ହରଷରେ

କରୁଅଛି ସଂକଳପ,

ଖୁସି ଭରିଦେବି ସଭିଙ୍କ ଓଠରେ

ନାଶିବି କଳୁଷ ପାପ

କଳିର କଳୁଷେ କଳୁଷିତ ହୋଇ

ଲିଭିଛି ହୃଦରୁ ହସ ,

ସେଇ କଳୁଷକୁ ନାଶ କରି ମୁହିଁ

ଚହଟାଇ ଦେବି ବାସ

ସୁସ୍ଥରେ ଜୀବନ ବଞ୍ଚିବା ପାଇଁକି

ମନେ ଭରିବି ସାହାସ ,

ସୁଖ ସମୃଦ୍ଧିରେ ରହିଥାଅ ସର୍ବେ

ଅଧରେ ଫୁଟାଇ ହସ

ହେ ନୂଆ ବରଷ ତବ ଆଗମନେ

ଉଲ୍ଲସିତ ହେଉ ମନ

ହରିଯାଉ ଦୁଃଖ ସରିଯାଉ କ୍ରୋଧ

ସୁଖରେ ବିତୁ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract