Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Inspirational

3  

SARATA KUMAR DAS

Inspirational

ନୂଆ ବରଷ ନୂଆ ଶପଥ

ନୂଆ ବରଷ ନୂଆ ଶପଥ

1 min
367



ଆସିଛି ଆଜିରେ ନୂଆ ବରଷ

ଅଜାଡି ଦେଉଛି ନୂଆ ପରଶ

ପୁରୁଣା ଗଲାଣି ହଜି,

ବଣ ବିଲ ନଈ ପାହାଡ ଭୂଇଁ 

ନାନା ଜାତି ରଙ୍ଗେ ରଙ୍ଗେଇ ହୋଇ

ଖୁସିରେ ଗଲେଣି ମଜି ।


ନୂଆ ସକାଳର ନୂଆ ସୂରୁଜ 

ବୁଣି ତ ଦେଲେଣି ନୂଆ ମୁରୁଜ

ହସିଲେଣି ଫୁଲ ଫଳ,

ଆକାଶରେ କେତେ ଟିକି ଚଢେଇ 

ଉଡିଲେଣି ଟିକି ଡେଣା ମେଲାଇ

ଆସିଲାଣି ଶୁଭ ବେଳ ।


ଗୀତରେ ନାଚରେ ହଜିଛି ମନ

ଆଖିରେ ଭରିଛି ନୂଆ ସପନ

ଅନ୍ଧାର ଗଲାଣି ହଟି,

ସକାଳ ନୂଆକୁ ସପନ ନୂଆ

କରିବ ଆମକୁ କେତେ କିମିଆଁ

ଚେଇଁ ଉଠିବ ଏ ମାଟି ।


ନୂଆ ବରଷରେ ନୂଆ ଯୋଜନା

ଛୁଇଁବ ମନକୁ କେତେ ଭାବନା

ସତ୍ୟର ଜଳିବ ବତି,

ହିଂସା କପଟକୁ ଦୂରେଇ ଦେବା

ଶାନ୍ତିର ବାରତା ଆମେ ବାଣ୍ଟିବା

ଅହିଂସା ଆମର ନୀତି ।


ନୂଆ ବରଷର ନୂଆ ଶପଥ

ଛାଡିବା ଆମେରେ ଯେତେ କୁପଥ

କହିବାନି ଆମେ ମିଛ, 

ଆଜିର କାମକୁ ଏବେ କରିବା

କାଲିର କାମକୁ ଆଜି କରିବା

ରଖିବା ନିଜକୁ ସ୍ବଚ୍ଛ ।



Rate this content
Log in

Similar oriya poem from Inspirational