STORYMIRROR

Kailash Chandra Sahani

Abstract

2  

Kailash Chandra Sahani

Abstract

!! ନୂଆ ବର୍ଷ ... ମୋ ଭାରତବର୍ଷ !!

!! ନୂଆ ବର୍ଷ ... ମୋ ଭାରତବର୍ଷ !!

1 min
321

ନୂଆ ବର୍ଷ ଦୁଇହଜାର କୋଡିଏ

କୋଟି କୋଟି ପ୍ରାଣର ସ୍ବପ୍ନ

ଅସୁମାରୀ ଆଶାର ଅରୁଣୋଦୟ ,

ମୋ ଭାରତବର୍ଷ ...ହର୍ଷ ପୁଲକର ସ୍ପର୍ଶ ପାଉ

ଭାଙ୍ଗିଯାଉ ବିଭେଦ ପ୍ରାଚୀର

ଜାତିଆଣ ଘୃଣ୍ୟ ବିଭେଦ

ସାଂପ୍ରଦାୟିକ ଦଙ୍ଗା ,

ଦୂର ହେଉ କ୍ଷୁଧାର ତାଡନା

ନାରୀ ନିର୍ଯ୍ୟାତନା

ଶୁଭୁ ଥାଉ ଦିଗ୍ ବିଦିଗେ

ମୋ ଭାରତବର୍ଷର ଜୟ


ନୂଆ ବର୍ଷ ଭରି ଦେଉ ସାମ୍ୟ

ସବୁରି ଭିତରେ

ସବୁରି ଓଠରେ ଫୁଟୁ ହସର କରବୀ

ଭାଇଚାରା ,ବନ୍ଧୁତ୍ବର ଅତୁଟ ବନ୍ଧନେ

ମୁକୁଳି ଆସୁ ନୂଆ ସମ୍ଭାବନା ,

ସ୍ନେହ ସଦିଚ୍ଛାର ଅମୃତ ପରଶ

ଈଶ୍ବର ଆଶୀଷ ହୋଇ ବରଷୁ 

ବାର ମାସ ,

ହସିଉଠୁ ସବୁରି ହୃଦୟ

ବିକାଶର ବୁନିଆଦୀ ପରେ

ଦର୍ପିତେ ଦଣ୍ଡାୟମାନ ହେଉ

ମୋ ଚିର ଇପ୍ସିତ ଭାରତବର୍ଷ


ଆଉ କେବେ ନ ଆସୁ

କଳଙ୍କର ଦୁଃଖଦ କାହାଣୀ

କେଉଁ ଅବଳାର ଦୃବଳ ମୁହୂର୍ତ୍ତ ,

ଆଉ ନ ଆସୁ ମୋ ଦେଶରେ

ଆତଙ୍କର ରକ୍ତାକ୍ତ ସକାଳ

ବାରୁଦର ଗନ୍ଧରେ ବାଟବଣା

ମଣିଷର ପାଦ ଶିଥିଳ ହେଉ ,

ମୋ ଦେଶର ଯୁବକ

କାହା ଗୋଲାମ ହେବାର ମାନସିକାତାରୁ

ଅପସରି

ନିଜ ବାହୁର ସାମର୍ଥ୍ୟକୁ ବିଶ୍ବାସ କରୁ


ମୋ ଭାରତବର୍ଷ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

ମୋ ଭାରତବର୍ଷ ରତ୍ନଗର୍ଭା

ବିଶ୍ବ ଦରବାରରେ ସେ ହେଉ ମହିମା ମଣ୍ଡିତା

ବିଶ୍ବକୁ ଦର୍ଶାଉ ଆଲୋକ ବର୍ତ୍ତିକା

ସମୟର ଧାରାରେ ନବ ବର୍ଷ ଦୁଇହଜାର କୋଡିଏ

କୀର୍ତ୍ତିମାନ ହେଉ

ମୋ ଦେଶ ଭାରତବର୍ଷ

ଚିରଦିନ ସେଇ ମାନବର ଉଦାତ୍ତ ସଙ୍ଗୀତ

" ସର୍ବେ ଭବନ୍ତୁ ସୁଖୀନଃ

ସର୍ବେ ସନ୍ତୁ ନିରାମୟା....."ଗାଉ ଥାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract