STORYMIRROR

Kalandi pal

Inspirational

3  

Kalandi pal

Inspirational

ନୁହେଁ ମୁଁ ସାଗର ମୋତି ମହାପ୍ରଭୁ

ନୁହେଁ ମୁଁ ସାଗର ମୋତି ମହାପ୍ରଭୁ

1 min
165


ନୁହେଁ ମୁଁ ସାଗର ମୋତି ମହାପ୍ରଭୁ

     ନୁହେଁ ମୁଁ ହୀରା କି ନୀଳା. 

ନୁହେଁ ମୁଁ ବୃକ୍ଷର ସୁଗନ୍ଧିତ ଫୁଲ

     ନୁହେଁ ମୁଁ ତୁଳସୀ ମାଳା. l0l


ନୁହେଁ ମୁଁ ଦେହର ପାଟ ପିତାମ୍ବରୀ

     ନୁହେଁ ମୁଁ ମାଣିକ ହୀରା.

ନୁହେଁ ସୁନା ରୂପା ନୁହେଁ ମୁଁ ଚନ୍ଦନ

     ଅଗୁରୁ କର୍ପୁର ପରା.

ନୁହେଁ ଧୂପ ଦୀପ ନୁହେଁ ବୃକ୍ଷ ଫଳ

     ସବୁଠୁ ଅଟେ ନିଆରା. l1l


ଭାଗ୍ୟେ ଥିଲେ ମୋର ହୋଇଥାନ୍ତି ମୁହିଁ

     ଧାତୁ ଅବା ପୁଷ୍ପଟିଏ.

ଦେହରେ ତୋହର ହୋଇ ବିଲେପନ

     ହୋଇଥାନ୍ତି ସୁଖୀଟିଏ.

ଏଇ ଭାବେ ମୋତେ କରିଦେ କାଳିଆ 

     ଦେଖିବ ଜଗତ ସାରା. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational