STORYMIRROR

padmaja pati

Abstract

3  

padmaja pati

Abstract

ନୁହେଁ ମୁଁ ଅଲୋଡ଼ା

ନୁହେଁ ମୁଁ ଅଲୋଡ଼ା

1 min
307

ଝିଅଟିଏ ବୋଲି ଭାବନି ଅଲୋଡ଼ା

ଦେଇ ଉପଯୁକ୍ତ ଶିକ୍ଷା

ପୁଅଭଳି ମୁହିଁ ଚାହେଁ ବଞ୍ଚିବାକୁ

ମାଆଗୋ ଦିଅ ସୁରକ୍ଷା l

ନିଜ ଭବିଷ୍ୟତ ଗଢ଼ିବି ଯତନେ

ରଖିବି ତୁମର ଟେକ

ହୋଇ ଯନ୍ତ୍ରୀଟିଏ କଳ କାରଖାନା

ଚଳାଇବି ମୁଁ ଅନେକ l

ମହାକାଶଯାନ ଧରି ଉଡିଯିବି

କଳ୍ପନା ଚାଓଲା ପରି

ମୋ ଅଭିନୟର କଳା କଉଶଳ

ଦେଖି ବିଶ୍ୱ ହେବ ଝୁରି l

ଭାବୁଛି ସୁନ୍ଦରୀ ପ୍ରତିଯୋଗିତାରେ

ଜଗତ ମୋହିବି ପରା l

କିଏ ପିତାମାତା? ବୋଲିବେ ସଭିଏଁ

ଚମକାଇ ଦେବି ଧରା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract