ନୁହେଁ ମୁଁ ଅଲୋଡ଼ା
ନୁହେଁ ମୁଁ ଅଲୋଡ଼ା
ଝିଅଟିଏ ବୋଲି ଭାବନି ଅଲୋଡ଼ା
ଦେଇ ଉପଯୁକ୍ତ ଶିକ୍ଷା
ପୁଅଭଳି ମୁହିଁ ଚାହେଁ ବଞ୍ଚିବାକୁ
ମାଆଗୋ ଦିଅ ସୁରକ୍ଷା l
ନିଜ ଭବିଷ୍ୟତ ଗଢ଼ିବି ଯତନେ
ରଖିବି ତୁମର ଟେକ
ହୋଇ ଯନ୍ତ୍ରୀଟିଏ କଳ କାରଖାନା
ଚଳାଇବି ମୁଁ ଅନେକ l
ମହାକାଶଯାନ ଧରି ଉଡିଯିବି
କଳ୍ପନା ଚାଓଲା ପରି
ମୋ ଅଭିନୟର କଳା କଉଶଳ
ଦେଖି ବିଶ୍ୱ ହେବ ଝୁରି l
ଭାବୁଛି ସୁନ୍ଦରୀ ପ୍ରତିଯୋଗିତାରେ
ଜଗତ ମୋହିବି ପରା l
କିଏ ପିତାମାତା? ବୋଲିବେ ସଭିଏଁ
ଚମକାଇ ଦେବି ଧରା l
