STORYMIRROR

Brajamohan Meher

Abstract

3  

Brajamohan Meher

Abstract

ନୁଆଁଖାଇ

ନୁଆଁଖାଇ

1 min
453

ଧନୀର ଲାଭ ଆରୁ

ଗରିବର ଲାଗ୍‌ ଇ ନୁଆଁଖାଇ।

ଜମକି ଯାଏସି ତିହାରି ବଜାର

ପାଁଚ ଟଁକାରଟା ପଂଦର

ନେଇଁ ଅମରେ

ଗରିବର ଘିନବାରଟା

ନେଇଁସରେ,

ହାତର ପୁଂଜି ନେଇଁଖେଟେ

ଇ ନୁଆଁଖି ହାଟେ


ସରଦା ଗିରଦା ଧନୀର ଛୁଆ

ଉଆ ଉଆ

ବ୍ରାଂଡେଡ୍‌ ସବୁ

ନୁଆଁ ନୁଆଁ।

ଚୁରେଇ ପଛେ ସମ୍‌

ନୁଆଁଖେଇର ଖରଚାକର୍‌ ବଲି

ଗରିବର କଲଜା ଲକବକେ


ରାଏପୁର ଦୁରୁଗ୍‌ ବସ

ରେଲ୍‌ ଗାଡ଼ି ଠିଆ ଉଠବାର ସାହାଁ ନେଇଁ

କମେଇ ଖେଇ ଗଲାଲୋକ ଫିରବାର ମାଡ଼େ

ପରବର ଉଧେ

କେତନିକେତେ ସଧେ


ଝାରସୁଗଡ଼ାନୁ ଫିରୁଥିସି

ନୁଆଁପଡ଼ିଆ ବଲାଂଗେରିଆ

ପେଟପୁସିଗଲା ହରିଆ,

କଲାହାଁଡ଼ିକେ ଫିରି ନେଇଁପାରେ

ଆଂଧରାନୁ

କେନ୍‌ ଇଟାବନଉ

ବଁଡ଼କୁ କି କେରମେଟି

ନେଇଁ ଫିରିପାରି ବଂବେ କି ବଏସରନୁ

ହଦରି ହଉଥିସନ

ଗୁଟେଠାନେ ମେସବାର ନୁଆଁଖାଇକେ

କାହିଁ କେତେ ଧୁରୁନ୍‌

ଉଲେଦୁଲେ ଲାଡ଼େଗେଲେ ଥିଲାବାଲା

ନେଇଁଥିଲା ଲୋକର ଘିଏଡ଼ି

ନେଇଁ ହେଲା ଲୋକ ଗୁଲଗୁଲା।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract