STORYMIRROR

Brajamohan Meher

Others

4  

Brajamohan Meher

Others

ବାସି

ବାସି

1 min
426

ଘରକେଘର କଁ କଁ କଁ

ମେଁ ମେଁ ପରାପରା

ନୁଆଁଖିଆ ପରବ ବାସି ମନାବାର

ମେଲଛା ଗର୍‌ରା ନୁରା।

ହାଟବଜାରେ କଟ୍‌କଟି ଗଲା

ବଂଜିଆମନକର ବେପାର

ସରଦା ଗିରଦା ଦାଁତ ନିଛାନିଛି

ତିହାର ତୋ _ଏ'ଲା _ଖେ'ବାର।

ନୁଆଁକେ ନେଇଁନା ହେତକି ସୋର

ମନ ତୋ ଶିକାର ତୁନେ

ନୁଆଁ ଅରନର ନାଁ ଅଛେ ଖାଲି

ଜୀବନ ତୋ ଶିକାର ଚଖନେ।

କେତେକେତେ ଭାଗ ହେବା କେଡ଼େଖଁଡ଼

ହେତିନେ ଜହ ଚର୍‌ଚା

ଥୁରେନେ କାହିଁ ମାନବା ମନ

ହେଲେ ହଉ ଯେତେ ଖର୍‌ଚା।

ଟାଂଗି ତାବଲକେ ଧାର କରାକରି

କର୍‌ରି ପନଖି ପଜା

କେନ୍‌ଲ ଚୁଲ୍‌ହା ପାଏନ ଗରମକରା

କଟା ଛଟା ଠାନ ଖଂଜା।

କେନ୍‌ ଗୋଡ଼ ନେବା କେନ୍‌ ମୁଡ଼ ନେବା

ପୁଟା ଧୁଇନେବା କେନ୍‌

ଆଘୁନ୍‌ ଭାବୁଛେ ଜହ ଭାଗନେମି

କବାର ଏତେ କରବା ଯେନ୍‌।

କେନ୍‌ଟା କଲଜା କେନ୍‌ଟା ଫେପସ

କେନ୍‌ଟା ଗୁଦି ରକ୍‌ତି

ହାଡ଼ ଚବାଚବି ଭଜାର ମଜାନେ

ଇ ଜିଭର ଅନୁରକ୍‌ତି।

ଜିଭର ଲାଲଚେ ଜୀବର ଗୁଲ୍‌ଗୁଲା

ସୋର ନେଇଁକଲେ ଝନେ

ହୁରୁଦ୍‌ଟା ମୋର ରଦ୍‌ରଦି ଗଲା

ଭାବି ଇ କଥା ଛନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍