STORYMIRROR

Brajamohan Meher

Others

5.0  

Brajamohan Meher

Others

ପରକୁତି ଆର ପେରେମ୍‌

ପରକୁତି ଆର ପେରେମ୍‌

1 min
326

ପରକୁତି ଆର ପେରେମ୍‌

ନୁରସି ଜିମନ ଜହଜହ

ଏଁ'କ୍‌ କହ କି ହୁରୁଦ୍‌ କହ

ମନ କହ କି ପରାନ କହ

ହଉଥିସି ମହମହ।

ମହୁନେ ମିଠା କି ମୁହୁଁନେ ମିଠା

ଭାବ ନେଇଁଥିଲେ ସବୁଟା ସିଠା

ମନ ଦରପନେ ଦେଖୁଛେଁ ସଜନି

ମନର ରାନୀ ରେ

ମନ ନେଇଁଥିଲେ ସବୁଟା ପିତା।

ସବୁନୁ ବଡ଼

ହୁରୁଦ ପରଛଲ

ଝଲଝଲା ପାରେ ଗଂଗାଜଲ

କେତେ ଖଲଖଲ

କେତେ କଲବଲ

କେତେ ହଲଚଲ

ଦେଖୁଥିମୁ କେତେ ସପନା ମହଲ।

ମୁହୁଁର ହଁସି

ହୁରଦର ଭାଷି

ମୁହୁଁବହି ବଲି

ଲାଗଲା ଲସି

ତମର ଭାବନା

ଦେଲା ଗରାସି

ବାର ମାସି।

ମୁହୁଁକେ ଦେଖା କି ଫଟୁକେ ଦେଖା

ମୁହୁଁ ମୁଡ଼ିଦେଲେ ହୁରଦେ ଦୁଖା

ଫୁଟଲା ଫୁଲ ଯିବା ମହକି ଗା

ଦୁନିଆଁକେ ଆରୁ କେଁ'ଟା ଲୁକା।

ମୁହୁଁ ବିସରାବିସରି କେତେଦିନ ଧନ

ପାନିର ଫୁଟକା ଏ' ଇ ଜିମନ

ଆ ହଁସି ଦେ

ହଁସେଇ ଦେ ଗା

ହଁସିନେ ଦିଶବା ସରଗ ଭୁବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍