STORYMIRROR

Brajamohan Meher

Abstract

3  

Brajamohan Meher

Abstract

ପାଗଲପନ

ପାଗଲପନ

1 min
395

ଯେନ୍‌ଟା ତମେ ଲାଇକ୍‌ କଲ

ସେ'ଟା ସବୁ ମୋର ଆଡ଼ୁନ୍‌ ବି

ଲାଇକ୍‌ ଲାଇକ୍‌ ପଡ଼ୁଛେ

ଯେନ୍‌ଥି ତମେ କମେଂଟ୍‌ କଲ

ଏକାସାଂଗେ ଲାଗୁ ବଲି

ମନଟା ମୋର ଲଢ଼ୁଛେ


ଯେନ୍‌ ଗୁରୁପ୍‌ଥି ତମେ ଅଛ

ହେ ଗୁରୁପ୍‌ଥି ହେବାକେ

ହୁରୁଦ୍‌ ଟାନି ହଉଛେ

ଗୁଟେ ଜିନିସ ଦୁଇଝନ

ଏକାଥରେ ଦେଖୁଛୁଁ _କେଁ

ବଲିକରି ମନ ମୋର କହୁଛେ


ଫେସ୍‌ବୁକ୍‌ର ଯେତେସବୁ ଦେଖୁଛେଁ

ଯେନ୍‌ଥି ତମେ _ଟେଗ୍‌ ହେଇଛ

ଲାଗୁଛେ ତ ବନେ

ନେଇଁ ଚିନଲେ ନେଇଁ ଚିନେଁ

ଏଡ୍‌ ଫ୍ରେଂଡ୍‌ କରବାକେ

ନେଇଁ ଲାଗବାର ଛନେ


ଫେସ୍‌ବୁକ୍‌ ଖୁଲୁନ୍‌ ଖୁଲୁନ୍‌ ଦେଖୁଛେଁ

ତମେ _କେଁ'ଟା ଛାଡ଼ିଛ

କେନ୍‌ ପାର୍କ୍‌ଥି ବୁଲୁଛ କି

କେନ୍‌ ଠାନକେ ଯେଇଛ

କେନତା ତମେ ଦିଶୁଛ


ଯେନ୍‌ କଲେଜ୍‌କେ ତମେ ଗଲ

ହେ କଲେଜ୍‌କେ ଯିବାକେ

ନରଦିଗଲା ମନ,

କହସ ବେ'ଲେ କହିଦିଅ ସଜନି

ମୋର ଆଚରନ

ସବୁ ପାଗଲପନ



Rate this content
Log in

Similar oriya poem from Abstract