ନୁଆଁଖାଇ ଆରୁ ତମେ-ମୁଇଁ
ନୁଆଁଖାଇ ଆରୁ ତମେ-ମୁଇଁ
ନୁଆଁଖାଇ ସବେ ମାନନୁ
ତମେ ବି ମୁଇଁ ବି
ମଜା ନଉଥିନୁ
ମୁଇଁ ବି ତମେ ବି
ତମେ ଘୁମିଘୁମି
ମୁଇଁ ଭରମି ଭରମି
ତମେ ବୁଲିବୁଲି
ମୁଇଁ ନୁରିନୁରି।
_ଏ'ଜ୍ ବାସି ବି ମାନନୁ ତମେ ଆମେ ଦୁଇଝନ
ଇ ଦୁନିଆଁ ବି ମାନୁଥିଲା-
ଇ ନୁଆଁଖି କହ କି ନୁଆଁଖିବାସି କହ
ନ' ଖଁଡ଼ ପୁରଥି ଜାନୁଥିଲା।
ତମେ ମୋର ଜୁଲି ପାଲଟିଥିଲ
ଚାଲବାର ଲାଗି ତହଁକେଇ ନଉଥିଲ
ତମେ ତ ଇ ମହାପରବର
ମହା ଦୁର୍ଶ ଦେଖେଇ ଦଉଥିଲ।
ରିସିପିଟି ଡଂଗରର ପରତେକ ପଖନ
ସୁନୁଥିଲା ହୁରୁଦର ଧୁନ୍,
ଗୁଟେଗୁଟେକରି
ଗଛପତର ଯେତେସବୁ
ସଁକଲି ନଉଥିଲା ଯେନତା
ଅନସଁକଲା ଭାବନାକେ ।
_ଏ'ଜ୍
ଇ ନୁଆଁଖିବାସିନେ
ପି'ତେ ପି'ଛେଁ ଖାଲି
ରଂଧା ମହୁଲି
ତମର ଭାବନାର ଏକା
ପୁରା ମତଭୋଲ୍ ହେଇ
ଗଉଛେଁ ରସରକେଲି
ଚେତାନେ ଆର ଅଚେତାନେ।
ବିନା ନିଶାନେ
ନୁଆଁଖିବାସି କାହିଁ ଯେ!
ଚାଷୀ ହଉ କି ସୁକବାସୀ
ଥିଲା କି ନେଇଁଥିଲା
ହେତିନେ କାହାର ଗଲା!
ଘୁମାଘୋଟ୍
ଲାଗିଗଲା ନିଶା
ସୋର ମୋର ହଜିଗଲା
ହେଇଗନି ବିନ୍ସୁରିଆ
ସୁନି ପାରୁଛ କିନି ଗା ଜିମନର ଧନ
ଦେଖୁଛ କିନି
ନାଚୁଛେ ତମର ହରିଆ।