ହୋଲିର ଶୁଭେଚ୍ଛା
ହୋଲିର ଶୁଭେଚ୍ଛା
1 min
933
ଶ୍ରୀ ରାଧାକୃଷ୍ଣ ବୃଂଦାବନେ
ହୋଲି ଖେଲୁଥିବେ
ଫଗୁ ରଂଗ୍ ନୁହେଁ......
ଭାବର୍ ରଂଗ୍ ଖେଲ୍ ଚାଲିଥିବା,
ତମେ ଯାହିଁଥାହା....
ରଂଗିନ୍ ହେଇଉଠୁ ତମର ସପନ
ତମର ଖୁସିରଂଗେ
ମୋର ମନ ରଂଗ୍ ମାଖୁଥିବା।
ତମର ହଁସି ଏକା
ମୋର ଜୀବନର ରଂଗ୍ ଜାନ ବଂଧୁ!
ତମର ସୁଂଦର ସପନ ମୋର ଲାଗି
ଏକା ଆଏ ହୋଲି,
ତମେ ଯାହା ଭାବ,
ଯେନ୍ ନଜରେ ଦେଖ, ତମର ଇଚ୍ଛା
ତମର ଲାଗି ଏକା
ଜୀବନକେ କରିଛେଁ ଭାବର୍ ଦୁଲି।
ମୁଇଁ ହାରି ଯେଇପାରେଁ ମୋର ଚାଲବାର ବାଟେ
ଜିତ ବଂଧୁ ତମେ ଯାହା ଜିତି
ଯାହିଁଥିଲେ ଯେନତା ଥିଲେ ହେଲେ
ତମର ଲାଗି ଝରୁଥିବା
ମୋର ହୁର୍ଦୁ ଅସରା ପୀରତି।
