Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ନଟବର ମୋହନ ହେ

ନଟବର ମୋହନ ହେ

1 min
215



ନଟବର ମୋହନ ହେ..

କର ସୁଦୟା ଶ୍ୟାମସୁନ୍ଦର . . . II

ହେ ରାଧାମାଧବ କୃଷ୍ଣ ବାସୁଦେବ

ପ୍ରଭୁ ମହିମା ତୁମ ଅପାର . . .

ନଟବର ମୋହନ ହେ. . . II

କିଏ କେଉଁ ରୂପେ ଭଜେ ପ୍ରଭୁ ତୋତେ

  ତୁ ଅଟୁ ସବୁ ଆତ୍ମାର ।

ସବୁ ଘଟେ ଥାଇ ପରମାତ୍ମା ତୁହି

କିବା ବର୍ଣ୍ଣିବି ରୂପ ତୁମ୍ଭର । 

ନଟବର ମୋହନ ହେ.. II

ଯୋଗୀ ମୁନିଜନେ ପାଇବାକୁ ପ୍ରଭୁ

    କରନ୍ତି ସାଧନା ତୋର ।

ତୋତେ ପାଇବାକୁ ସର୍ବଦା ବ୍ୟାକୁଳ

କଳ୍ପ କଳ୍ପାନ୍ତ ଯୋଗ ତାଙ୍କର ।

ନଟବର ମୋହନ ହେ. . . II

ଏହି ଦୁନିଆରେ କେତେ ମହାପାପୀ

   ତରନ୍ତି ତୋ ନାମ ଗାଇ ।

ମରଣ ବେଳରେ ତୁମ୍ଭ ନାମ ଚିନ୍ତି

ସେହି ଯାଆନ୍ତି ତୁମ୍ଭ ପୟର ।

ନଟବର ମୋହନ ହେ. . . II

ପାପୀ ଅଜାମିଳ ମରଣ କାଳରେ

  ଉଚ୍ଚାରିଲା ନାରାୟଣ ।

ଦେଲ ମୋକ୍ଷ ପ୍ରାପ୍ତି ଆହେ ଜନାର୍ଦ୍ଦନ

 ତୁମ କରୁଣା ବଡ ଅପାର ।

ନଟବର ମୋହନ ହେ. . . . II



Rate this content
Log in

Similar oriya poem from Inspirational