STORYMIRROR

Ajit Kumar Raut

Tragedy Action

3  

Ajit Kumar Raut

Tragedy Action

ନଶୁଣନ୍ତି କେହୁ

ନଶୁଣନ୍ତି କେହୁ

1 min
193


ନିଜ ନିଜ ଭାବି କେତେ ମୁଁ ଡାକୁଛି

   କେହୁତ ଶୁଣନ୍ତି ନାହିଁ,

ଭାଇ ଓ ଭଉଣୀ ବଲି ମୁଁ ଡାକୁଛି

   ଉତ୍ତର ଦିଅନ୍ତି ନାହିଁ।


ତିନିଟି ଜିଲ୍ଲାରେ ଖୋଜୁ ଅଛି ମୁହିଁ

   ଖୋଜୁଅଛି ରାଜ୍ୟସାରା,

ଶିକ୍ଷାର ଅଭାବେ ମନର ଦୁଃଖରେ

   ଅଛନ୍ତି ଓଡ଼ିଆ ସାରା।


ସଢୈଇକଳାର ଜିଲ୍ଲାରେ ଖୋଜିଲି

   ଜାଗୁ ଛନ୍ତି ଧିରେ ଧିରେ,

ପୂର୍ବ ସିଂହଭୂମେ ଅବସ୍ଥା ସେ ପରି।  

   ଯନ୍ତ୍ରଣା ଦେଲା ମନରେ।


ଖୋଲି ମୁଁ ପୁଣି ପଶ୍ଚିମରେ ଯାଇ

  ଅଟେ ଜିଲ୍ଲା ମଧ୍ୟ ସେହି,

ଓଡ଼ିଆର ଶିକ୍ଷା ନାହିଁ ମଧ୍ୟ ସେଠି

  ଓଡ଼ିଆଙ୍କ ଭାଗ୍ୟ ଏହି।


ସାରା ଝାଡ଼ଖଣ୍ଡ ଖୋଜିଲି ଭାଇଙ୍କୁ

  ଓଡ଼ିଆ ଅଛନ୍ତି ଯହିଁ,

ଆର୍ତ୍ତନାଦ ତାଙ୍କ ଓଡ଼ିଆର ଶିକ୍ଷା

  କିପରି ହୋଇବ ତହିଁ।


ଶୁଣି ଅଛି ଶାସ୍ତ୍ରେ ସୀତା ଅପମାନେ

  ଧରା ହେଲା ବିଦାରଣ,

ଅପମାନ ସହି ଓଡ଼ିଆ ଏ ରାଜ୍ୟେ

   ଉତ୍କଳ ନଶୁଣେ ଜାଣ।


ମାତୃଭାଷା ଶିକ୍ଷା ନମିଳେ ଏଠାରେ

  ଉତ୍କଳର ଭୂମି ଥିଲା,

ଉତ୍କଳର ମାଟି ବିଚ୍ଛିନ୍ନ ହୋଇଲା

  ଜନନୀର ଭାଷା ଗଲା।


ଜନନୀର ଶିକ୍ଷା ପାଇଁ ଉଦବେଗ

  ଗୁଞ୍ଜେ ମନେ ନିରନ୍ତର,

ମାତୃଭାଷା ଶିକ୍ଷା ପାଇଁ ଆଲିଙ୍ଗନ

  ଧୂଳି ଲେପେ ନିରନ୍ତର।


ବିଚ୍ଛିନ୍ନ ଭୂମି କି ଶିକ୍ଷା ଓଡ଼ିଆରେ

  ପାଇବ ତାର ଦର୍ଶନ,

ଆମ ଭଳି ଏଠି ଧନ ମାନ ହୀନ

  ଓଡ଼ିଆ କରେ ରୋଦନ।


କୋଡ଼ିଏ ଲକ୍ଷ୍ୟରୁ ବେଶୀ ହିଁ ଓଡ଼ିଆ

  ଭାଷା ଶିକ୍ଷା ପାଇଁ ଡାକ

ତୃଷ୍ଣାରେ ଆତୁର ଆକାଶକୁ ଚାହିଁ

  ଯେପରି ଡାକେ ଚାତକ।


ଧନ ମାନ ହୀନ ନାହିଁ ଭାଷା ଜ୍ଞାନ

  ରହି ଅଛୁ ରାଇଜରେ,

ଉତ୍କଳର ଧ୍ୟାନେ କର୍ତ୍ତବ୍ୟର ଜ୍ଞାନେ

  ହେଉଟି ଶିକ୍ଷା ଏଠାରେ


ନିଜ ପ୍ରେମ ବହ୍ନି ନିଜ ଓଡ଼ିଆଙ୍କ

  ସ୍ବାର୍ଥକୁ ଦିଅ ଆହୂତି,

ସ୍ବାର୍ଥ ଏହୁ ଯଜ୍ଞେ ନିଜ ଜାତି ପ୍ରୀତି

  ମିଶି ରହୁ ସଦା ଛାତି।


ହେଉ ଭୂମିକମ୍ପ ଧରଣୀ ଫାଟିବ

  ଲକ୍ଷ୍ୟ ହିଁ ଭୂଜା ଉଠିବ,

ଉତ୍କଳ ହିଁ ମାତା ଉତ୍କଳ ହିଁ କ୍ରୀତି

  ସମାଧନ ସବୁ ହେବ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy