STORYMIRROR

Amit Bal

Romance Tragedy

3  

Amit Bal

Romance Tragedy

କ୍ଷତାକ୍ତପ୍ରେମ-ନୀଲାକ୍ଷୀ ଆଉ ମୁଁ

କ୍ଷତାକ୍ତପ୍ରେମ-ନୀଲାକ୍ଷୀ ଆଉ ମୁଁ

1 min
123

ସୁନୀଳ ଆକାଶ ତଳେ ଏବେ ବି

ନୀରିହ ସଞ୍ଜ ମାନଙ୍କୁ ନିରିମାଖି କଲାବେଳେ

ନୀଲାକ୍ଷୀ ! ତମ କଥା ମୋର ଖୁବ୍ ମନେପଡେ 

ଖାଁ ଖାଁ ଫୁଲ ସଞ୍ଜ

ଆକାଶରେ ପାଣିଚିଆ ଜହ୍ନ

ସେତେବେଳେ ଯେମିତି ଧାଉଁ ଥାଏ

ମୋକ୍ଷ ପ୍ରାପ୍ତିର ଆଶାରେ ତମ ଘର ଆଡେ  


ଅନୁରୋଧ କରିବି କି ସଞ୍ଜକୁ

ଆଉ ଟିକିଏ ରହି ଯାଆ ବୋଲି !

କାଳେ ତମେ ଶୋଇଥିବ

ସେ ତମ ନିଦରେ ବାଧା ଦେଇ ଯିବ ଚାଲି  


ନିଜକୁ ମୁଁ ହଜେଇ ସାରିଛି କେବେ ରୁ

ଠିକଣା ବିହୀନ କରିଛି ଅନ୍ଧାର ସାଥିରେ

ତମ କଥା ଝୁରି ହେଲେ ହିଁ ଜାଣେ

ସଞ୍ଜ ଲେଉଟିଲାଣି ତମ ଗାଁ ନଈ ପଠାରେ  


ସମୟର କେଉଁ କାଳଖଣ୍ତରେ ଦିନେ

ନିଜକୁ ବେଶୀ ଭଲ ପାଇଥିଲି ତୁମକୁ

ତମ ବିନା ଜୀବନ କ'ଣ

ପଚାରିନି ବି ମୁଁ କେବେ ନିଜେ ନିଜକୁ 


ମାନୁଛି ନିଷ୍ପାପ ନଥିଲା ମୋ ଜୀବନ ପ୍ରବାହ

ପ୍ରୀତି ଆକାଶର ବିସ୍ତୀର୍ଣ୍ଣ ପ୍ରାନ୍ତରେ

କାହିଁକି ନା ଗୋଡ଼ ଭାଙ୍ଗି ଠିଆହୋଇ ପାରିଲିନି ମୁଁ

କିଣାବିକା କରିବାକୁ ସମ୍ପର୍କର ସଞ୍ଜୁଆ ହାଟରେ..! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance