ଘରଣୀ
ଘରଣୀ
ସଭିଙ୍କ ପାଇଁ କରେ ମୁଁ ଭାବନା
ସଭିଙ୍କ ଙ୍କ ପାଇଁ ମୁଁ ଜଣା ଶୁଣା
ମୋ ପରିଚୟ ସମସ୍ତେ ଜାଣନ୍ତି
ହେଲେବି ମୋତେ ଅଣଦେଖା କରନ୍ତି
ସଭିଙ୍କ ପାଇଁ ମନରେ ଆଦର ମୋର
ଘରେ ବିତେ ସକାଳରୁ ସଞ୍ଜ ପ୍ରତି ମୁହୂର୍ତ୍ତ ମୋର
ମୁଁ ନଥିଲେ କିଛି ହେବନି
ବାବୁଙ୍କ ହାତକୁ ପାଣି ଗ୍ଲାସ ବି ଯିବନି
ଶଶୁର କୁହନ୍ତି ମୋତେ ଚାହା ଟିକେ ଦିଅ
ଶାଶୁମା କୁହନ୍ତି ପୂଜା ଥାଳି ଆଗ ଦିଅ
ନଣନ୍ଦ ଦିଅର କୁହନ୍ତି ଭାଉଜ
କଲେଜ ବେଳ ହେଲା
ମୋପିଲାଏ କୁହନ୍ତି ବୋଉ
ସ୍କୁଲ ବେଳ ହେଲା
ସଭିଙ୍କ ପାଇଁ ମନରେ ଗୋଟିଏ ଭାବନା
ସଭିଙ୍କୁ କହେ ନଖାଇ କେହିବି ଯାଅନା
ସମସ୍ତ ଙ୍କୁ ଖୁଆଇ ମୁଁ ହୋଇଥାଏ ଖୁସି
କେବେ କେବେ ମୋଉପରେ
ଯାଆନ୍ତି ସମସ୍ତେ ରୁଷି
ରୁଷିଗଲେ ତାଙ୍କୁ କେତେ ମୁଁ ବୁଝାଏ
ତାଙ୍କ ମନ ପସନ୍ଦର ଖାଇବା ବନାଏ
ଘର ଗୋଟିକର କାମ ସବୁ ଅଟେ ମୋର
ଥରେ ଥରେ ଲାଗେ ମୁଁ ସାତ ପର
ମୋ ପାଇଁ କାହା ପାଖରେ
ଟିକେ ବେଳ ନାହିଁ
ବାଟର ଅଜଣା ଅଦେଖା ପଥରଟିଏ ମୁଁ ସଭିଙ୍କ ପାଇଁ
ଫେରିବା ପର୍ଯ୍ୟନ୍ତ ସଭିଙ୍କୁ ଚାହିଁ ବସେ
ଏକାଠି ଖାଇବା ସଭିଙ୍କୁ ପରସେ
ସଭିଙ୍କୁ ଏକାଠି ଦେଖି ମୁଁ ହୋଇଥାଏ ଖୁସି
ମୋତେ ଲାଗେ ସାରା ଦୁନିଆ ମୋ ପାଖରେ ଅଛି
ଶାଶୁ କୁହନ୍ତି ତୁ ମୋ ଘରର
ସୁନା ଲକ୍ଷ୍ମୀ ପ୍ରତିମା
ନଣନ୍ଦ କୁହନ୍ତି ତୁମେ କେତେ
ଭଲ ମୋ ଭାଉଜ ରାଣୀ
ମୋ ସ୍ୱାମୀ କୁହନ୍ତି ତୁମେ ମୋ ଅର୍ଦ୍ଧାଙ୍ଗିନୀ
ଏତେ ସବୁପରେ ମୋତେ ଲାଗେ
ମୁଁ ଏକ ସ୍ନେହ କାଙ୍ଗାଳୁଣି
ଅଭିମାନ କି ଦୁଃଖ ଆସିଲେ ମୋ ମନରେ
ମୋ ଦୁଃଖକୁ ଚାପିନିଏ
ମୋ ନିଜ ଭିତରେ
ସେ ଈଶ୍ୱର ହିଁ ଜାଣନ୍ତି ମୋ
ମନର ପ୍ରତ୍ୟେକ ଟି କଥା
ନିଜକୁ ଜାଳି ଦିଏ ପ୍ରତି ମୁହୂର୍ତ୍ତରେ ମୁଁ
ବୁଝାଉଥାଏ ମନକୁ ମୁଁ ଘରର ଘରଣୀ
ସଦା ସର୍ବଦା ଜାଗ୍ରତ ସଭିଙ୍କ ପାଇଁ
ହୋମ ନିଆଁରେ ଦାୟିତ୍ୱ ନେଇଥାଏ
ଜୁଇର ନିଆଁରେ ମୋ ଦାୟିତ୍ୱ ସାରିଥାଏ
ହଁ ମୁଁ ଘରର ଘରଣୀ
