STORYMIRROR

Sunanda Mohanty

Abstract Classics

4  

Sunanda Mohanty

Abstract Classics

ନୃସିଂହ ଅବତାର

ନୃସିଂହ ଅବତାର

1 min
258


ପ୍ରହଲ୍ଲାଦ ଡାକ ଶୁଣି ନୃସିଂହ ଅବାତାରେ

ଦଶ ଗୋଟି ରୂପର ଗୋଟିଏ ଅବତାରେ

ଯୁଗକୁ ଜାଣିଲେ ଭଗବାନ ଭକ୍ତ ଭକ୍ତିରେ

ସ୍ତମ୍ବରୁ ବାହାରି ହିରନ୍ୟକଶ୍ୟପୁ ବିଦାରେ

ଅସନ୍ତୁଷ୍ଟ ପିତା ହୋଇ ପୁତ୍ରର ଭକ୍ତିରେ

ଜଳେ ସ୍ଥଳେ ପର୍ବତେ ଗଡ଼ାଇ ମାରେ

ଯାହାକୁ ରଖିବେ ଅନନ୍ତ ବଳବନ୍ତ କି ପାରେ

ଭକ୍ତର ଭଗବାନ ସଦା କାଳ କାଳରେ

ରଖନ୍ତି ଘଣ୍ଟ ଘୋଡାଇ ପ୍ରକୃତ ଭକ୍ତି ଭକ୍ତରେ

କୋଉଠି ତୋ ଭଗବାନ ଦେଖା କହିବାରେ

ଜର୍ଜରିତ ପ୍ରହଲ୍ଲାଦ ଦେଖାଏ ସ୍ତମ୍ବରେ

ସ୍ତମ୍ବରୁ ବାହାରି ନୃସିଂହ ଅବତାରେ

ଅବତାରି ରଖିଗଲେ ଯୁଗ ଯୁଗ କୀର୍ତ୍ତିରେ

ନୃସିଂହ ଚତୁର୍ଦ୍ଦଶୀ ନାମ ବୈଶାଖ ମାସରେ

ରାକ୍ଷସ ବଂଶ ମାରି ପ୍ରହଲ୍ଲାଦ ଉଦ୍ଧରି

ବୈଶାଖେ ଚତୁର୍ଦ୍ଦଶୀ ପାଳନ୍ତି ଶ୍ରଦ୍ଧାକରି

ନୃସିଂହ ଚତୁର୍ଦ୍ଦଶୀ ରେ ପ୍ରଣାମ ମୋହରି 

ନୃସିଂହ ଅବତାର ଦଶାବତାର ଆଦରି

ଜାଣିଲେ ସର୍ବେ ବିଶ୍ୱାସେ ମିଳଇ ହରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract