Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational

4  

Prabhati Mahapatra

Inspirational

ନୃପତି

ନୃପତି

1 min
225



ସର୍ବୋଚ୍ଚ କ୍ଷମତା ଅଧିକାରୀ ଯିଏ

ସେତ ରାଜନରେ ଗଣା

ଅକ୍ତିଆରେ ରଖେ ଆପଣା ରାଜ୍ୟକୁ

ପ୍ରଜାଙ୍କୁ ଦେଇ ପାଉଣା ।

ଖଳ ସାଧୁ ଦୁଇ ପ୍ରକାର ନୃପତି

ସଂସାରେ ବିଦିତ ହୋଇ

କର୍ମ ଅନୁଯାୟୀ ଯଶ ଲଭିଛନ୍ତି

ଇତିହାସ ଯାଏ ଗାଇ ।

ସ୍ଵର୍ଣ୍ଣ ଅକ୍ଷରରେ କାହାର ନାମକୁ

ଖୋଦିତ ରଖନ୍ତି କାନ୍ଥେ

କୁକର୍ମୀ ରାଜାର ନାମକୁ ଶୁଣିଲେ

ନାଶିକା କୁଞ୍ଚିତ ସନ୍ଥେ ।

ତୀକ୍ଷ୍ଣ ଦୃଷ୍ଟି ଦେଇ ସୀମାକୁ ସମ୍ଭାଳି

ସୁଦୃଢ କରନ୍ତି ପ୍ରଜା

ଚନ୍ଦ୍ରମା ପରିକା ଉଜ୍ଜଳତା ଢାଳି

ରାଜା ପାଳୁ ଥାନ୍ତି ପ୍ରଜା ।

ସତ୍ୟ ନ୍ୟାୟ ମୂର୍ତ୍ତି ନୃପତିର ନୀତି

ପାଳନେ ସର୍ବଦା ଶାନ୍ତି

ନିଶ୍ଚେନ୍ତେ ଏ ରାଜ୍ୟେ ପରଜା ବସନ୍ତି

ହୃଦୟରୁ ପୋଛି ଭୀତି ।

ନରପତି ଯଦି ମଦ୍ୟ ପାନ କରି

ବୁଡି ଯିବେ ରଙ୍ଗଶାଳେ

ସେ ରାଇଜ ଦିନେ ବିଲୀନ ହୁଅଇ

ଧୀରେ ଧୀରେ ତିଳେ ତିଳେ ।

ମନରେ ଉଦାର ଦୟାରେ ସାଗର

ଯଦି ହୁଏ ଛତ୍ରପତି

ଚିରକାଳ ପ୍ରଜା ସୁଖରେ ରହିବେ

ଆଦେଶକୁ ମଥା ପାତି ।


Rate this content
Log in

Similar oriya poem from Inspirational