STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ନର୍କ ଦ୍ୱାର

ନର୍କ ଦ୍ୱାର

1 min
422

ଏଇଠି ସ୍ୱର୍ଗ ଏଇଠାରେ ନର୍କ

ଏଥିରେ ନାହିଁ କ୍ଷଣିକ ବିତର୍କ

କର୍ମ ଚଳେ ଧୀର ଧୀର

ପାପି କୁ ପାପ ବହୁ ପ୍ରେମ କରେ

ସାର କୁ ଛାଡି ସାରାଂଶ ଧରେ

ଯେମିତି ନୀର କୁ ଖୀର


ସମୟ ସମ୍ଭାଳି ପାଦ ପକାଇଲେ

ବାଟ, ଅବାଟକୁ ପରଖି ପାରିଲେ

ହାତେ କୁ ଚାଖୁଣ୍ଡେ ମାପି

ବିପଦ ଆପଦେ, ସାହା ହେବେ ହରି

ସକଳ ଭାବରେ ସେ ସର୍ବପରି

ସେହି ପରା ସର୍ଵ ବ୍ୟାପି


କେବଳ ମାତର , ବଞ୍ଚିବା, ଖାଇବା

ପର ଧନ ହରି::ଆଶା ପୁରାଇବା

ଭୋଗ ବିଳାଶର ପ୍ରାଣ

ପର ନାରୀ ଆଉ ନିଜ ମା,ଭଉଣୀ

ଏକ ସମ ରୂପେ ତଉଲ ହୁଏନି

ଅଭାବେ- ଏକ ସମାନ


ଜୀଵ ମଧ୍ୟେ ନର ଶ୍ରେଷ୍ଟ ବିଦିତ

ପୂର୍ବ ପୌରୁଷ' ସଂସ୍କୃତି ସଂଶ୍ଳିଷ୍ଟ


ଦୁର୍ଗତି ନାଶିନୀ,ମହିଷା ମର୍ଦ୍ଧିନି

ମହା ମାୟା ରୂପ, କାମ୍ପିଲ୍ୟ ବାଶିନୀ

ଯୁଗ ଧରି ନାମ, ନାରୀ ନାରାୟଣୀ

ସୁଖ ପ୍ରଦାୟିନୀ,ଓତ୍ସର୍ଯ୍ୟ ଦାୟିନୀ


ଦଶ ଦିନେ ହୁଏ ରାବଣ ବିନାଶ

ପାପି କୁ ସଂଘାରି,ଧରା କୁ ଉଶ୍ୱାସ

ରାମଚନ୍ଦ୍ର କଲେ ଲଙ୍କା ବିଜୟ

ଧରା ପୃଷ୍ଟୁ କଲେ ପାପିଙ୍କୁ ବିଲୟ

ସଭିଙ୍କୁ ମାଆଙ୍କ ଆଶିଷ ମିଳୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract