STORYMIRROR

Jayashree Maharana

Abstract

2  

Jayashree Maharana

Abstract

ନର ପିଶାଚ

ନର ପିଶାଚ

1 min
310

ଝରକା ଫାଙ୍କରୁ ଅନ୍ଧକାରକୁ ଦେଖି

କାହିଁକି କେଜାଣି ଥରିଗଲି

ଛାତି ର ସ୍ପନ୍ଦନ ଦ୍ବିଗୁଣିତ ହୋଇଉଠିଲା

ଆଖି ପତା ଆପେ ଆପେ ବୁଜି ହୋଇଯାଇଥିଲା

କର୍ଣ୍ଣରେ ବାଜିଉଠୁଥିଲା ଆତଙ୍କର ଧ୍ୱନି


ଅଜଣା ଆଶଙ୍କାରେ କବଳିତ ହୋଇ

ଅନ୍ଧକାରରେ ରାଜୁତି କରୁଥିବା ଭୂତପ୍ରେତଙ୍କ ଛବି 

ଆଙ୍କିବାକୁ ଚେଷ୍ଟା କଲି

କିନ୍ତୁ ଏ କଣ

ମୁଁ ଯାହାକୁ ଭୂତ ମନେ କରୁଥିଲି

ସେମାନେ ତ ହାତଗୋଡ଼ ଥିବା

ମଣିଷ କେତୋଟି


ଦୃଶ୍ୟ ନାଚିଉଠିଲା ନାରୀ ବଳାତ୍କାରର

ଚିତ୍କାର ଶୁଭୁଥିଲା କେଉଁ ଏକ ଅବଳା ନାରୀର 

ମନେ ପଡିଗଲା ଆଜିକାଲି ବହୁ ଚର୍ଚ୍ଚିତ ଖବର

ଯାହା ଗଣମାଧ୍ୟମ,ଖବରକାଗଜରେ ପୃଷ୍ଠା ମଣ୍ଡନ କରିଛି

ନର ପିଶାଚ


ହଁ ନର ପିଶାଚ ଯିଏ ଛଡାଇ ନେଉଛନ୍ତି

ନାରୀର ସୁଖ,ଶାନ୍ତି

ଖିନ୍ ଭିନ୍ କରିଦେଉଛି ତା' କୋମଳ ଶରୀରକୁ

ଲିଭାଇ ଦେଉଛନ୍ତି ତା' ଜୀବନ ଦୀପକୁ


ଅଣନିଃଶ୍ଵାସୀ ହୋଇଗଲି ଭାବନାରେ

ସ୍ଥାଣୁ ହୋଇଗଲି କିଛି ସମୟ ପାଇଁ

ବଳାତ୍କାର ଭୟରେ


ଏଥିରୁ ନିସ୍ତାର ପାଇଁ ମୁଁ ବାଛିନେଲି

ଚାରିକାଂଥ ଆବଦ୍ଧ କୋଠରୀକୁ

ବନ୍ଦ କରିଦେଲି ଝରକାର ପ୍ରତିଟି ଦରଜାକୁ


ଦୀର୍ଘଶ୍ଵାସ ପକାଇ ଭାବୁଥିଲି

ସତରେ ମୁଁ କଣ ସୁରକ୍ଷିତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract