STORYMIRROR

Chittaranjan Nanda

Abstract Action Crime

3  

Chittaranjan Nanda

Abstract Action Crime

ନପାରେ କଥାଟି କାନକୁ ମଧୁର

ନପାରେ କଥାଟି କାନକୁ ମଧୁର

1 min
151


ସବୁଠି ଚୋରୀ, ଲାଞ୍ଚ, ଖଚ, ମିଛ,

ଆଉ ସମ୍ଭାଳ ହେଉନି 

ମନରେ ଆସୁଛି, କଅଣ କରିବା ଦୁନିଆ 

ତ ସେମିତି ହେଲାଣି ।୧।


ଚାକିରୀ ସରିଲା, ଟ୍ରେଜେରୀ ଅଫିସକୁ

ଯିବା ପେନସନ ପାଇବା ପାଇଁ 

ପିଅନ କହୁଛି ଶହେ ଟଙ୍କା ଦିଅ ନହେଲେ 

ପେନସନ ତେବେ ହେବ ନାହିଁ ।୨।


ସବୁଠି ଲାଞ୍ଚ, ହାତଗୁଞ୍ଜା, ପ୍ରଶ୍ନ ଆସେ 

କଣ ହେବ ଏ ଦେଶର? 

ମନରେ ଆସୁଛି, କଅଣ କରିବା ନଦେଲେ 

ହେଉନି, ପଇସା ଦେଇ ହାସଲ କର ।୩।


ମିଠା ପ୍ୟାକେଟ ବାଣ୍ଟୁଛି ବାପା, ସତେଇଶ 

ଲକ୍ଷରେ, ପୁଅ କିଣିଛି ଘର

କନିଷ୍ଠ କିରାଣୀ, ତିନି ବର୍ଷ ଚାକିରୀ କରିଛି

ସେ ରାଜ୍ୟ ସରକାରଙ୍କର ।୪।


ଆଉ କିଏ ନେଲେ ଲାଞ୍ଚ, ଆମେ ଜୋର 

ସୋରରେ ପାଟି କରୁ ନାହିଁକି ?

ନିଜେ ସେଇ କାମ କଲେ ସେଇଟା ପାରିବା

ପାଣିଆ, ଆମ ଚରିତ୍ର ନୁହେଁ କି ? ।୫।


ଦୋଷୀ ଆମେ ନିଜେ, ଆମ ବ୍ଲଡ଼ଗ୍ରୁପ 

ଲାଞ୍ଚ ପଜିଟିଭର

ଏଥିରେ ସତ୍ୟତା ଶହେରୁ ଶହେ, ଲାଗି

ନପାରେ କଥାଟି କାନକୁ ମଧୁର ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract