STORYMIRROR

DR SAMIR RANJAN BEHERA

Abstract Comedy Inspirational

4  

DR SAMIR RANJAN BEHERA

Abstract Comedy Inspirational

ନୋଟ ଲଗେଇଛି ନାଟ

ନୋଟ ଲଗେଇଛି ନାଟ

1 min
297

ନୋଟ ଲଗାଉଛି ନାଟ

କଣ ସେ ନ କରୁଛି କହରେ ନଟ,

ବାପକୁ ମାରୁଛି ଛାଟ

ପୁଣି କେବେ କରେଇଦେଉଛି ଯମର ଭେଟ,

ରାତାରାତି କିଣୁଛି ଭୋଟ

ଯୁଆଡେ ବି ସିଏ ଯାଏ

ତାକୁ ସଭେଁ ଚାହାଁନ୍ତି କରି କଟମଟ,

ଯାହାପାଖରେ ରହିଥାଏ

ସିଏ ହେଲା ସେଠ,

ଆଉ ଯାହା ପାଖରେ ନ ରହିଥାଏ

ସିଏ ଖାଲି ଲଟ ପଟ ,

ସବୁଠି ଚାଲିଛି ଟଙ୍କାର ନାଟ,

ଗାଁ ଦାଣ୍ଡେ ବସିଛି ଟଙ୍କାର ହାଟ,

ମାଇପେ କରୁଛି ତାଣ୍ଡବ ନୃତ୍ୟ

ବୈଠକ ବସିଛି ଗାଁ ପିଣ୍ଡାର

ଚାଲିଛି ଟଙ୍କାର ସୁଧ ବେପାର,

ମନରେ ନାଚୁଛି ସ୍ବପ୍ନ ସହର,

ପୁଅ ବସିଛି ଇଣ୍ଟରନେଟରେ 

ଟ୍ରେଡିଙ୍ଗ ଚଲାଉଛି ପ୍ରବଳ ଗତିରେ,

କିଣା ବିକା ଚାଲେ ଅମାଜନରେ

ବିଲ ବାଡ଼ି କଥା ଭୁଲିଗଲେନିରେ,

କି ମନ୍ତର କରୁଛି ଏ ନୋଟ

ବାଟ ଘାଟେ ହେଲେ ଭେଟ

ମୁହଁକୁ ନ ଚାହେଁ ସେତ

ବାବାରେ ଏ ନୋଟର କି ଛାଟ

ତୋତେ କୋଟି କୋଟି ଦଣ୍ଡବତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract