STORYMIRROR

Santanu Bisoi

Inspirational

3  

Santanu Bisoi

Inspirational

ନୋଭେଲ କରୋନା -୧୯

ନୋଭେଲ କରୋନା -୧୯

1 min
12.1K

ଭଲ ହୁଏ ଭଲ, ଖରାପ ପିଲାଏ

ଦୁଷ୍ଟ ନଷ୍ଟ ବାଗ୍ ଦୁଷ୍ଟ,

ଦୁରୁଦଣ୍ଡିଆଙ୍କୁ ଦୂରରୁ ଜୁହାର

ହୀନ ବୁଦ୍ଧିରେ ପ୍ରବିଷ୍ଟ ।।


ଯେତେ ପରକାରେ ବୁଝାଇ କହିଲେ

ବୁଲିବେ ଦାଣ୍ଡେ ପ୍ରଚଣ୍ଡ,

କେବେ ହଳି ହଳି କେବେ ପୁଞ୍ଜି ପୁଞ୍ଜି

ହେଇ, ହେବେ ଲଣ୍ଡଭଣ୍ଡ ।।


ନୋଭେଲ କରୋନା ବ୍ୟୁତ୍ପାତ କଲାଣି

ଅଦମ୍ୟ ଅନିୟନ୍ତ୍ରିତ,

ଗଣ୍ଡା ଗଣ୍ଡା ଭେଣ୍ଡା ବାହାକ ହେଲେଣି

ଭୁଲି ଜ୍ଞାନ ହିତାହିତ ।।


ମହାମାରୀ ଯେହ୍ନେ ବିସ୍ତାର କରନ୍ତି

ମଳ ମୂତ୍ରେ ବସି ମାଛି,

ତେମନ୍ତ ପ୍ରକାରେ କରୋନା ବାଣ୍ଟନ୍ତି

ଉତ୍ସୃଙ୍ଖଳ ଯୁବା କିଛି ।।


ବାହାର ରାଜ୍ୟରୁ କିମ୍ବା ବିଦେଶରୁ

ଆସି ବିଟାଳେ ପାମର,

ସନ୍ନିରୋଧ ଅବା ଗୃହବନ୍ଦି ନାହିଁ

ନାହିଁ ସାମାଜିକ ଦୂର ।।


ଏଣେ ତେଣେ ବୁଲି କରୋନା ରୋଗକୁ

ପରିବ୍ୟାପ୍ତ କରୁଥାଏ,

ଭଷ୍ମାସୁର ପ୍ରାୟ ସ୍ପର୍ଶେ ନାଶି ପ୍ରାଣୀ

କୁଳାଙ୍ଗାର ଆଖ୍ୟା ପାଏ ।।


ବଂଶ ବୁଡା ପକ୍ଷୀ ଡାହୁକର ଆଖ୍ୟା

ଲଲାଟେ ଲେଖୁଛ କାହିଁ?

ଏମିତି ନ କର ଅଯୋଗ୍ୟ ପାମର

ସ୍ୱବଂଶ ବୁଡାଅ ନାହିଁ ।।


ଆଶା ଦିଦି ଠାରୁ ପରାମର୍ଶ ନେଇ

ଅଳପ ଅପେକ୍ଷା କର,

ନୋଭେଲ କରୋନା ସ୍ୱାସ୍ଥ୍ୟ ସଂଗଠନ

ସ୍ୱାସ୍ଥ୍ୟ ବାର୍ତ୍ତା ପଥାଚର ।।


ଜୀବନରେ ଥିଲେ ଅନେକ ମିଳିବେ

ସାଙ୍ଗ ସାଥି ମିତ୍ର ସଖା,

ନୋଭେଲ କରୋନା ସଙ୍କଟ ଟଳିଲେ

ହେବ ସୁଖେ ଦୁଃଖେ ଦେଖା ।।


ନିଜେ ବଞ୍ଚ ଆଉ ଅନ୍ୟକୁ ବଞ୍ଚାଅ

ସଚେତନ ଟିକେ ହୁଅ,

ନିଧିବୁଢା ସମ କର ପ୍ରତିକାର

"କରୋନା" ଦୁରେଇ ଦିଅ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational