Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

4  

Antaryami Sahu

Inspirational

ନନ୍ଦନନ୍ଦନ ହେ

ନନ୍ଦନନ୍ଦନ ହେ

1 min
287



ନନ୍ଦନନ୍ଦନ ହେ ଏତିକି ମୋ ନିବେଦନ

ଶ୍ରୀଚରଣ ତଳେ ପ୍ରଣତି ଢ଼ାଳୁଛି

ଅପରାଧ କ୍ଷମା କର ମୋହନ' ।

ନନ୍ଦନନ୍ଦନ ହେ ଏତିକି ମୋ ନିବେଦନ II


ବିଷୟାରସରେ ଘାଣ୍ଟି ହୋଇଅଛି

ସରେ ନାହିଁ ଦିବାରାତି,

ସେ ମାୟା ଜଞ୍ଜାଳ କରେ କଳବଳ

ଛଟପଟ ହୁଏ ନିତି ।

କଳେ ବଳେ ମୋର ଦୁଃଖେଦିନ ଗଲା

ସୁଖେ ଆସିଲାନି ଦିନେ ସେ ନାମ,

ନନ୍ଦନନ୍ଦନ ହେ ଏତିକି ମୋ ନିବେଦନ ।।


ଶରଣ ପଶିଲା ବିଭିଷଣ ବୀର

ପାଦ ତଳେ ଦେଲ ଠାବ,

ଏ ମଝି ଦରିଆ ପାରି ହେବ। ପାଇଁ

ପ୍ରଭୁ ଦିଅ ବାରେ ନାବ ।

ସେ ନାବରେ ତୁମ୍ଭେ ନାବିକ ହୋଇଣ

ପାରି କରିଦିଅ ଭବବନ୍ଧନ।

ନନ୍ଦନନ୍ଦନ ହେ ଏତିକି ମୋ ନିବେଦନ ।।



Rate this content
Log in

Similar oriya poem from Inspirational