STORYMIRROR

Biswanath Nayak

Inspirational

2  

Biswanath Nayak

Inspirational

ନନ୍ଦିଘୋଷ

ନନ୍ଦିଘୋଷ

1 min
301


ନନ୍ଦିଘୋଷ ରଥ

ଯାଏ ଗଡିଗଡି

ଭକତ ହାତେ ଦଉଡ଼ି। 

ଭକତ ମନରୁ

ଦୁଖଃ ଆଉ ଶୋକ

ନିମିଷେ ଯାଏ ବାହୁଡି ।

ଘର୍ଘର ନାଦରେ

କରୁଛି ଘୋଷଣା

ନାହିଁ ଏଠି ବଡ ସାନ। 

ଜାତି, ଧର୍ମ, ବର୍ଣ୍ଣ,

ନୁହେଁ ଭିନ୍ନଭିନ୍ନ

ସରବେ ଏଠି ସମାନ।

କିନ୍ତୁ ଜାତି, ଧର୍ମ,

ବର୍ଣ୍ଣ ନାମରେ ତ

ଚାଲେ ଏଠି ପଶାଖେଳ। 

ବିକାଶ ର କଢି

ଫୁଟିବ କିପରି

ସରବେ ନହେଲେ ମେଳ?

ସମାନତା ଆଉ

ଏକତା ଅଟଇ

ବିକାଶ ର ଚାବିକାଠି। 

ଜାଣି କି ପାରୁନ

ଏହି ମନ୍ତ୍ର ନେଇ

ନନ୍ଦିଘୋଷ ଚଳେ ଏଠି?

ସରବେ ତ ଏଠି

ଅମୃତ ସନ୍ତାନ

କିଛି ନାହିଁ ଭେଦାଭେଦ। 

ତାହେଲେ କାହିଁକି

ଧର୍ମାନ୍ଧତା ନାମେ

ଚାଲେ ଆଜି ଛାୟା ଯୁଦ୍ଧ?

ଜାତି ଓ ଧରମ

ଭେଦଭାବ ନେଇ

ବିଶ୍ଵ ଭାତୃଭାବ ନାଶ। 

କାମ, କ୍ରୋଧ, ଲୋଭ,

ଅରି ଯେଉଁପରି

ମଣିଷ କୁ କରେ ଧ୍ଵଂସ।

ସ୍ଥାବର, ଜଙ୍ଗମ,

କୀଟରୁ ପତଙ୍ଗ

ସମେ ଯାହା ହୃଦେ ବାସ। 

ସେ ଅଟେ ଭକତ

ପ୍ରଭୁ ସଦା ଟାଣେ

ତା ହୃଦୟ ନନ୍ଦିଘୋଷ।

ଯେଉଁ ଦିନ ତୁମ

ହୃଦୟେ କରିବ

ଏହି ସମାନତା ବାସ। 

ତୁମେ ନ ଆସିଲେ

ଅଟକି ରହିବ

ତୁମ ପାଇଁ ନନ୍ଦିଘୋଷ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational