Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Inspirational Others

4.2  

Debabrata Mishra

Abstract Inspirational Others

ନନାଙ୍କ ପାଇଁ

ନନାଙ୍କ ପାଇଁ

1 min
224



ଯଥେଷ୍ଠ ପ୍ରଚେଷ୍ଟା ଥିଲା ତୁମର ପରିଣତ ବୟସରେ ମଧ୍ୟ

ତୁମ ପିଲାମାନଙ୍କୁ କେବଳ ଭଲ ମଣିଷ ରୁପେ ଗଢିବାର ।


ନା ଶିଖାଇଛ ଲୋଭ, ନା ଶିଖାଇଛ ଘୃଣା, ଦ୍ୱେଷ ଅହଙ୍କାର

ତୁମଠୁ ପାଇଛୁ ନମ୍ରତା, ଦୟା, ବିନୟ ଭାବର ସଂସ୍କାର ।


ଜୀବନର ମାନେ ସଂଘର୍ଷ ଦେଇଛ ବୁଝାଇ ବାରବାର

ଶିଖାଇଛ ସଦା ତଳ ଲୋକ ଦୁଃଖ ଦେଖି ନିଜକୁ ତୁଳିବାର ।


ଅଦମ୍ୟ ସାହସ ଦେଇଛ ଅଜସ୍ର ଯନ୍ରଣାରେ ବି ଚାଲିବାର

ଅକାଟ୍ୟ ଶିକ୍ଷା ସଂସ୍କାର ତୁମର ନନା ଭାଗ୍ୟ ଆମେ ପାଇବାର ।


ତୁମ ବ୍ୟବହାର ତୁମକୁ ଦେଇଛି ପରିଚୟ, ଜନ ଆଦର

ଆମେ ସମସ୍ତେ ଗର୍ବୀତ ସଦା ଅବର୍ତ୍ତମାନରେ ବି ତୁମର ।


ବଞ୍ଚିରୁହ ତୁମେ ଓ ତୁମ ସଂସ୍କାର ତୁମ ଅଂଶ ମାନଙ୍କରେ

ଏତିକି ବିଶ୍ବାସ ହେବୁନି କାହାର କାରଣ ଲୁହ ବା ଦୁଃଖର । 




Rate this content
Log in

Similar oriya poem from Abstract