STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ନମତସୈ ମା ଦୁର୍ଗେ

ନମତସୈ ମା ଦୁର୍ଗେ

1 min
217


ଜୟ ଭଗବତୀ ବିରଜେ ବରଦେ

 ଜୟ ମାଆ ଶିବାନୀ ଦୁର୍ଗେ

ଆସ ଅବତରୀ ଏ ମରତଧାମେ

 ମାଆ ସ୍ୱ।ଗତ ଶରଦ ପର୍ବେ ।


ପାପ ବିନାଶିନୀ ମହିଷମର୍ଦ୍ଦିନୀ

  ଜୟ ମାଆ ସିଂହବାହିନୀ

ନାଶକର ବ୍ୟାଧି ଦୁଃଖ ମହାମାରୀ

  ସିଦ୍ଧି ବୁଦ୍ଧି ପ୍ରଦାୟିନୀ ।


ଘୋର ଏ ସଙ୍କଟ ଆତୁର ଜଗତ

  ବିକଟ ଆସୁରୀ ବଳ

 କର ପରିତ୍ରାଣ ବିନାଶ ଦୂରିତ

  ସୃଷ୍ଟିର କର ଉଦ୍ଧାର ।  


ଘେନ ଭକ୍ତି ଅର୍ଘ୍ୟ ହୁଅ ମାତ ପ୍ରୀତ

  ଦିଅ ବାରେ ଶୁଭାଶିଷ

ଶୂଳ ଶସ୍ତ୍ରାଘାତେ ନାଶ ହେଉ ପାପ

  ଦୁଃଖ ଦାରିଦ୍ର୍ୟ କଳ୍ମଷ ।


ପବିତ୍ର ସଙ୍କଳ୍ପ ଶୁଦ୍ଧ ପରିବେଶ

  କଲ୍ୟାଣ ମହତ କର୍ମେ

ଜନ ମନେ ହେଉ ଜାଗରଣ ସ୍ୱସ୍ତି

  ନମସ୍ତସୈ ଦେବୀ ଦୁର୍ଗେ ।

  -------------------



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational