STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନମସ୍ତେ ପ୍ରଭୁ ଆରଡ଼ିଶ୍ୱର   

ନମସ୍ତେ ପ୍ରଭୁ ଆରଡ଼ିଶ୍ୱର   

1 min
378

 ନମସ୍ତେ ପ୍ରଭୁ ଆରଡ଼ିଶ୍ୱର     =============
ଜୟ ଜୟ ଶିବ ଶମ୍ଭୁ ହେ
 ଜୟ ଆରଡ଼ି ନାଥ l
ଉତ୍କଳରେ ଆସି ଥାପିଲ
 ପ୍ରଭୁ କ୍ଷେତ୍ର ଅଦ୍ଭୁତ ll
ପୁଣ୍ୟ ବୈତରଣୀ କୂଳରେ
 ଗ୍ରାମ ନାମ ଆରଡ଼ି l
ଲୋକ ମୁଖେ ଜଣା ଅଦ୍ଭୁତ
 ଯହିଁ ନାହିଁ ଗାରେଡ଼ି ll
କଳିର ପ୍ରତ୍ୟକ୍ଷ ଠାକୁର
 ଯାଚି ଦିଅନ୍ତି ବର l
ଭକ୍ତିରେ ଡାକିଲେ ପ୍ରଭୁଙ୍କୁ
ଦେଇଥାନ୍ତି ଉତ୍ତର ll
ଘରଷଣ ତାଙ୍କ ପ୍ରତ୍ୟକ୍ଷ
 ମର୍ତ୍ତ୍ୟେ ଅଟେ ଅମୃତ l
ଛେନା ଗୁଡ଼ ରମ୍ଭା ନବାତ
 ସଙ୍ଗେ ଘୃତ ମିଶ୍ରିତ ll
 ଆଖଣ୍ଡଳ ମଣି ବୋଲାନ୍ତି
 ବାବା ମଣି ବିଦିତ l
ମଣି କ୍ଷେତ୍ର ପରି ଜଗତେ
 କ୍ଷେତ୍ର କାହିଁ ଏମନ୍ତ ll
 କେତେ କଣା କୁଜା ପଡ଼ନ୍ତି
 ତାଙ୍କ ଠାରେ ଧାରଣା l
ବାବାଙ୍କ କରୁଣା କାହାକୁ
 କେବେ ନ ହୁଏ ଉଣା ll
 ଅନ୍ଧ ଲଭେ ବେନିନୟନ
 ଅପୁତ୍ରିକ ନନ୍ଦନ l
ଅନ୍ଧର ଲଉଡ଼ି ହେ ପ୍ରଭୋ
 ତୁମ୍ଭେ ଜଗ ବନ୍ଦନ ll
 ଅଳପରେ ବାବା ସନ୍ତୋଷ
 ଆଶୁତୋଷ ବୋଲାଅ l
କି ବୋଲିବି ତବ ମହିମା
 ଭକ୍ତ ବୋଲରେ ଥାଅ ll
ନମସ୍ତେ ନମସ୍ତେ ନମସ୍ତେ
 ପ୍ରଭୁ ଆରଡ଼ିଶ୍ୱର l
ଦେବ ଦେବ ମହାଦେବଙ୍କୁ
 କରେ କୋଟି ଜୁହାର ll
      🙏🙏🙏
         ଅର୍ଜୁନୀ
       -------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational