Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ନମସ୍ତେ ମା' ଶୈଳପୁତ୍ରୀ

ନମସ୍ତେ ମା' ଶୈଳପୁତ୍ରୀ

1 min
181



ନମସ୍ତେ ମା' ଶୈଳପୁତ୍ରୀ ହିମବନ୍ତ ଜେମା

ବାଞ୍ଛା ଫଳ ପ୍ରଦାୟିନୀ ତ୍ରି ନେତ୍ର ଚନ୍ଦ୍ରମା l


ବୃଷଭ ବାହନୀ ମା'ଲୋ ତ୍ରିଶୂଳ ଧାରିଣୀ

କରୁଣାମୟୀ ମାଆ ତୁ ଜୟ ନାରାୟଣୀ l


ନାନାଳଙ୍କାର ଭୂଷିତେ ମସ୍ତକେ କିରୀଟ

ସିନ୍ଦୁରର ବିନ୍ଦୁ ଶୋଭେ ଉନ୍ନତ ଲଲାଟ l


ପିତାମ୍ବରୀ କାନ୍ତେ ଶାନ୍ତେ ପ୍ରଫୁଲ୍ଲଵଦନୀ

ତ୍ରିପୁରେ ପୂଜିତା ମାତା ଦ୍ୱିଭୁଜା ଶିବାନୀ l


ଏକ ହସ୍ତେ ଶୂଳ ଆନହସ୍ତେ ତୋ କମଳ

ବୃଷଭେ ଆରୋହୀ ଭ୍ରମୁ ଭୁବନ ମଣ୍ଡଳ l


ବହୁ କାଳ ତପ ଫଳେ ହିମାଳୟ ମେନା

ପୁତ୍ରୀରୂପେ ଲଭିଥିଲେ ମାତ ତୁ ଅପର୍ଣ୍ଣା l


ସତୀ ବିସର୍ଜନେ ଶିବ ଶବ ପ୍ରାୟ ହୋଇ

ତପକରି କାଳେ ଲଭିଥିଲେ ମହାମାୟୀ l


ଉଦରୁ ସମ୍ଭବି ତୋର ଦେବ ସେନାପତି

ତାରକାସୁର ବଧିଲେ ଦେବକାର୍ୟେ ମତି l


ଉମା,ଗୋଉରୀ,ଚଣ୍ଡିକେ ତୁହି ଜଗଦମ୍ବେ

ଆନନ୍ଦମୟୀ ମାଆ ତୁ ଜଗଦ୍ଧାତ୍ରୀ,ଅମ୍ବେ l


ତୋ ପାଦେ ନମଇଁ ମାତେ ଅଜ୍ଞାନ ଅଧମ

ନମସ୍ତସୈ,ନମସ୍ତସୈ ମହାଦେବୀ ନମଃ l

                



Rate this content
Log in

Similar oriya poem from Inspirational