STORYMIRROR

Gupteshwar Nanda

Inspirational

3  

Gupteshwar Nanda

Inspirational

ନମ୍ରତା

ନମ୍ରତା

1 min
13.3K


ଫଳ ଥିବା ଗଛ ମୁଣ୍ଡ ନୁଆଁଇ

କହୁଛି କଥା

ଜ୍ଞାନୀ ଗୁଣୀ ଲୋକେ ବିନମ୍ର ଭାବେ

ନୁଆନ୍ତି ମଥା ।

ଖାଲି ମାଠିଆର ବେଶି ଶବଦ

ଏ କି ଅଜଣା

ଅଜ୍ଞାନ ଲୋକ ନିତି ବଜଉଛି

କେତେ ବାଜଣା ।

ଅଳ୍ପ ବିଦ୍ୟା ଭୟଙ୍କରୀ ଯେ ହେବ

ନିଶ୍ଚେ ବିନାଶ

ଜାଣି ହୁଅ ଜନେ ସଚେତ କର

ଆତ୍ମ ବିକାଶ।

ନମ୍ରତା ଗୁଣଟି ଅଟଇ ବାବୁ

ଜନାଳଙ୍କାର

ଏହି ଅଳଙ୍କାର ନ ଥିଲେ ନାହିଁ

ମୂଲ୍ୟ କାହାର ।

-ଗୁପ୍ତେଶ୍ଵର ନନ୍ଦ

ଶଙ୍କରା, ବିନିକା, ସୁବର୍ଣ୍ଣପୁର


Rate this content
Log in

Similar oriya poem from Inspirational