STORYMIRROR

Pranati Mahapatra

Classics Children

4  

Pranati Mahapatra

Classics Children

ନମୋନମଃ ଗଜାନନ

ନମୋନମଃ ଗଜାନନ

1 min
392

ଏ ଧରା ହସୁଛି ତବ ଆଗମନେ

  ହସନ୍ତି ଯେ ଶିଶୁଗଣ,

ଶିକ୍ଷାନୁଷ୍ଠାନରେ ବଡ଼ ଆଡ଼ମ୍ବରେ

   ହୋଇଅଛି ଆୟୋଜନ,

   ବିଦ୍ୟାଦାତା ଗଜାନନ

ଚରଣ ବନ୍ଦନା କରୁଛି ହେ ପ୍ରଭୁ

   ପୂଜା ନୈବେଦ୍ୟ ଘେନ ।।

   ନମୋନମଃ ଗଜାନନ


ଗଉରୀ ନନ୍ଦନ ବିଘ୍ନ ବିନାଶନ

   ନମୋନମଃ ଗଜାନନ,

ଅଗ୍ରପୂଜ୍ୟ ଦେବ ମଙ୍ଗଳକରତା

   ଦିଅ ବିଦ୍ୟା ବୁଦ୍ଧି ଦାନ,

  କୁନି କୁନି ଫୁଲମାନ

ହସ୍ତରେ ଶ୍ରୀଫଳ ଧୂପ ଫୁଲମାଳ

   ଧରି ଅର୍ଚ୍ଚନ ବନ୍ଦନ ।।

  ନମୋନମଃ ଗଜାନନ


ଆଜିର ପବିତ୍ର ଭାଦ୍ରବ ଚତୁର୍ଥୀ

  ଗାଉଛି ତୁମ ବନ୍ଦନେ,

 ଅନ୍ତରେ ଭକତି ଡାକେ ଗଣପତି 

    ଆସ ମୂଷିକ ବାହନେ,

   ପୂଜିବୁ ତ ଦିବ୍ୟାସନେ

ପୁସ୍ତକ ଲିଖନୀ ସଜାଇ ରଖିଛୁ

    ମତି ତବ ଶ୍ରୀଚରଣେ ।।

  ନମୋନମଃ ଗଜାନନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics