STORYMIRROR

Antaryami Sahu

Classics Inspirational

4  

Antaryami Sahu

Classics Inspirational

ନମୋ ଉମାପତି

ନମୋ ଉମାପତି

1 min
257


ନମୋ ଉମାପତି  ନମୋ ବିଶ୍ୱପତି 

      ହେ ପ୍ରଭୁ ପାର୍ବତୀ ପତି , 

ସତୀ ଦେବୀ ସାଇଁ ମହେଶ ଗୋସାଇଁ 

    ତୁମ୍ଭେ ହେଁ କୈଳାଶ ପତି । ୧।

ନମୋ ଦେବହର ନମୋ ବିଶ୍ୱେଶ୍ୱର 

    ନମୋ ନୀଳକଣ୍ଠେଶ୍ଵର , 

ନମୋ ତ୍ରିଲୋଚନ ନମୋ ପଞ୍ଚାନନ। 

     ନମସ୍ତେ କମଲେଶ୍ୱର ।୨।

ହେ ଗରୁଡେଶ୍ୱର ଆହେ ସିଦ୍ଧେଶ୍ୱର 

     ନମସ୍ତେ ଅମରେଶ୍ଵର ,

ଆହେ ତାରେଶ୍ୱର ତୁମ୍ଭେ ଧାରେଶ୍ୱର 

    ହେ ପ୍ରଭୁ ହଟକେଶ୍ୱର ।୩।

ହେ ଧବଳେଶ୍ୱର ହେ ଚନ୍ଦନେଶ୍ଵର 

     ନମୋ ହେ ଗରୁଡେଶ୍ଵର ,

ହେ ବିମଳେଶ୍ଵର ଆହେ ଜମ୍ବେଶ୍ଵର 

     ନମସ୍ତେ କୁଶଲେଶ୍ଵର । ୪ ।

ତୁମ୍ଭେ ସିଦ୍ଧେଶ୍ୱର ମହାକାଳେଶ୍ଵର 

    ନମୋ ଲିଙ୍ଗରାଜେଶ୍ୱର ,

ହେ ଚନ୍ଦ୍ରଶେଖର ହେ ମକରେଶ୍ୱର 

    ହେ ପ୍ରଭୁ ବାଲୁଙ୍କେଶ୍ୱର ।୫।

 ଭିନ୍ନ ନାମ ବହି ମହେଶ ଗୋସାଇଁ

    ନାନା ରୂପେ ପୂଜା ପାଅ,

କାହିଁ ମୋ ଶକତି ତୁମ୍ଭ ରୂପ-କାନ୍ତି

   କି ବର୍ଣ୍ଣି ପାରିବି କହ ।୬।

ବାର ମଧ୍ୟେ ସାର ଅଟେ ସୋମବାର

   ସେଦିନ ତୁମ୍ଭରି ପାଇଁ,

ଉପବାସ ରହି ପୂଜେ ଉମା ସାଇଁ

  ମନୋବାଞ୍ଛା ପୂର୍ଣ୍ଣ ପାଇଁ ।୭।

ଭକ୍ତ ଡାକ ଶୁଣି ସନ୍ତୋଷ ସେକ୍ଷଣି

   ଦୁଃଖ ନ ଦେଖ କାହାର,

ଆଶୁତୋଷ ନାମ ତେଣୁ ହେଲା ତୁମ

   ଶୀଘ୍ର ଦିଅ ବୋଲି ବର ।୮।  

ଫାଲ୍ଗୁନ ମାସର ଶୁକଳ ପକ୍ଷର

    ତିଥି ଅଟେ ଚତୁର୍ଦ୍ଧଶୀ,

ସେ ତିଥିରେ ଯିଏ ଉଜାଗର ରହେ

    ଅନ୍ତେ ଶିବଲୋକେ ମିଶି । ୯ ।

ଅଛି ଯେତେ ରାତ୍ରୀ ମଧ୍ୟେ ଶିବରାତ୍ରୀ

   ନାମ ତା ଜାଗର ରାତି,

ଧୂପ ଦୀପ ନେଇ ବେଳପତ୍ର ଦେଇ

   ଚଢ଼ାଇବ ଶିବ ପ୍ରତି । ୧୦।

ଶିବରାତ୍ରି ଦିନ ଉଜାଗରେ ଜାଣ

   ମନ୍ଦିରେ ଜାଗର ଜାଳି,

ନାନା ଜାତି ଫୁଲ ଅନେକ ଯେ ଫଳ

   ଶିବଲିଙ୍ଗେ ଦେବଢ଼ାଳି । ୧୧ ।

ଶ୍ରଦ୍ଧା ବିଶ୍ୱାସର ପ୍ରତିକ ଠାକୁର

   ଅଟନ୍ତି ଭୋଳା ମହେଶ,

ଶ୍ରୀପଦେ ଶରଣ ପଶିବା ଯାଇଣ

    କଳ୍ମଷ ହୋଇବ ଶେଷ ।୧୨।

ଯୋଗୀ ମଧ୍ୟେ ଶ୍ରେଷ୍ଠ ପ୍ରଭୁ ନୀଳକଣ୍ଠ

     ଅଟ ପରମ ବୈଷ୍ଣବ,

ରାମନାମ ଧ୍ଯାୟୀ ଅଛସଦା ରହି

     ତୁମେ ହେ ସତ୍ୟର ଶିବ । ୧୩।

କ୍ଷମାକର ଦୋଷ ହେ ଭୋଳା ମହେଶ

       କୃପା କର ଅଧମରେ,

ଦିଅକୃପାବାରି ଆହେ ଅର୍ଦ୍ଧନାରୀ

      ଶରଣ ଶ୍ରୀଚରଣରେ ।୧୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics