Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Surjyakanta Dash

Inspirational Children

3  

Surjyakanta Dash

Inspirational Children

ନମୋ ନମୋ ଗୁରୁଦେବ ପ୍ରଣାମ ପାଦତଳେ ତୁମର

ନମୋ ନମୋ ଗୁରୁଦେବ ପ୍ରଣାମ ପାଦତଳେ ତୁମର

1 min
47



ପ୍ରଥମ ଈଶ୍ୱର ଜନ୍ମଦାତ୍ରୀ ଜନନୀ ହେଲେ

ଶିକ୍ଷା ଗୁରୁଦେବ ହେବେ ଦ୍ଵିତୀୟ ଈଶ୍ୱର

ତାଙ୍କ ବିନା ଅଜ୍ଞାନ ଯେ ଆମେ ମାନେ

ଜ୍ଞାନ ଦେଲେ ସିଏ ଜୀବନୁ ହଟେ ଅନ୍ଧାର ।


ଦୁନିଆକୁ ସିଏ ଆଲୋକ ଦେଖାନ୍ତି

ଆମକୁ ଭଲ ମଣିଷର ବାଟ ଦେଖାନ୍ତି

ବିନା ଗୁରୁ ଏଠି ସମସ୍ତେ ବୁଦ୍ଧି ହୀନ

ଯିଏ ସମସ୍ତଙ୍କ ଭିତରେ ବିଶ୍ୱାସ ଭରନ୍ତି ।


ଥିଲେ ଯେବେ ଆମେ ମାଟି ପିଣ୍ଡୁଳାଟେ

ଜ୍ଞାନ ଦେଇ ଆମକୁ ଜ୍ଞାନରେ ଗଢ଼ନ୍ତି

ସିଏ ଗୁରୁ, ଭଲ ଶିକ୍ଷା ଦୀକ୍ଷା ବୁଦ୍ଧି ଦେଇ

ଶିଖାଇ ଶିଷ୍ଟାଚାର ନିଜ ଗୋଡ଼ରେ ଠିଆ କରାନ୍ତି ।


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର

ନମୋ ନମୋ ଗୁରୁଦେବ ପ୍ରଣାମ ପାଦତଳେ ତୁମର

ଗୁରୁ ବିନା ସଭିଏଁ ଅନ୍ଧ, ଗୁରୁ ହିଁ ସାକ୍ଷାତ ଈଶ୍ୱର

ଗୁରୁ କୃପା ରହିଥିଲେ ଜୀବନରୁ ହଟିଯାଏ ଅନ୍ଧାର ।


 



Rate this content
Log in

Similar oriya poem from Inspirational