Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Others

3  

KRUTIBAS NAYAK

Classics Others

ନମୋ ନମୋ ବିନାୟକ ଗଣେଶ

ନମୋ ନମୋ ବିନାୟକ ଗଣେଶ

1 min
361



ସୁନ୍ଦର ମୂରତି ଜୟ ଗଣପତି ହେ

ନମୋ ନମୋ ବିନାୟକ ଗଣେଶ,

ଗଜ ବଦନ ଈଷ୍ଟ ନାଶନ

ଦୁଃଖହାରୀ ହସ୍ତେ ଶୂଳ ଅଙ୍କୁଶ ।

ନମୋ ନମୋ ବିନାୟକ ଗଣେଶ ।

(ଘୋଷା)


ମାଆ ଆଦେଶରେ ଶିବେ ଅଟକାଇ

ହେଲ ଅଗ୍ରପୂଜ୍ୟ ଦେବ କଳସ,

ମଥା ସିନ୍ଦୂର କେଡେ ଉଜ୍ଜଳ

ଏକଦନ୍ତ ମୁଖ ଚିର ହରସ ।

ସୁନ୍ଦର ମୂରତି ଜୟ ଗଣପତି ହେ

ନମୋ ନମୋ ବିନାୟକ ଗଣେଶ । ॥୧॥


ଶୁଭଙ୍କରୀ ଶୁଭ ଦରଶନେ ତବ ହେ ,

ହରିଯାଏ ପାପ ତାପ କଳୁଷ ।

ମଙ୍ଗଳମୟ ପୃଥୁଳକାୟ

ଜ୍ଞାନ ବିଦ୍ୟାଦାତା ସିଦ୍ଧ ପୁରୁଷ।

ସୁନ୍ଦର ମୂରତି ଜୟ ଗଣପତି

ନମୋ ନମୋ ବିନାୟକ ଗଣେଶ । ॥୨॥


ମୂଷିକାସୁରର ବଢିଲା ଶରୀର ,

କଳେ ବଳେ ତାକୁ କରିଲ ବଶ ।

ରଖି ଜୀବନ କଲ ବାହାନ

ଯୁଗ ଯୁଗକୁ ରହିଲା ଏ ଯଶ ।

ସୁନ୍ଦର ମୂରତି ଜୟ ଗଣପତି ହେ

ନମୋ ନମୋ ବିନାୟକ ଗଣେଶ। ॥୩॥


Rate this content
Log in

Similar oriya poem from Classics