ନମଃ ନମଃ ପ୍ରଭୁ ଛାୟାରମଣ
ନମଃ ନମଃ ପ୍ରଭୁ ଛାୟାରମଣ
ନମଃ ନମଃ ପ୍ରଭୁ ଛାୟାରମଣ
===============
ପୂରୁବ ଆକାଶ ଦିଶେ ନିର୍ମଳ l
ଚମକି ରାବନ୍ତି ଶୁକ କୋକିଳ ll
ଉଡି ଉଡି ବୁଲେ କଜଳ ପାତି l
ଉଠ ନରନାରୀ ସରିଲା ରାତି ll
ଶୁଭ ଶଙ୍ଖ ଧ୍ଵନୀ ଶୁଭ ଶଙ୍ଖୁଆ l
କରଟ କୁମ୍ଭାଟ ଡାମରା କୁଆ ll
କୁମୁଦ କୁମୁଦେ ଭଜିଲେ ନିଦ l
ଡାହୁକ ବଜାଏ ଢକ୍କା ବାଇଦ ll
ରହି ରହି ଶୁଭେ ଚୁଡ଼ା ପାହାର l
ପହୁଡ଼ ଭାଙ୍ଗିଲେ କଳା ଠାକୁର ll
ଜାତିଜାତି ଫୁଲ ଫୁଟି କାନନେ l
ଗନ୍ଧ ବହିଆସେ ମନ୍ଦ ପବନେ ll
ପଦ୍ମିନୀ ରମଣେ ଆଗମ ଜାଣି l
ସରସୀରେ ଫୁଟିଗଲେ ପଦ୍ମିନୀ ll
ପୂରୁବ ଆକାଶେ ସିନ୍ଦୂରା ଫାଟି l
ସବିତାଙ୍କ ଆଭା ଆସେ ଉକୁଟି ll
ବୀଣାପାଣିଙ୍କର ଧ୍ୟାୟି ଚରଣ l
ପାଠ ଆରମ୍ଭିଲେ ବିଦ୍ୟାର୍ଥୀ ଗଣ ll
ନମଃ ନମଃ ପ୍ରଭୁ ଛାୟା ରମଣ l
ନମସ୍ତେ, ନମସ୍ତେ ସୃଷ୍ଟି କାରଣ ll
ପାହିଗଲା ପାହିଗଲା ହେ ରାତି l
ଘେନ ଦିବାକର ମୋର ପ୍ରଣତି ll
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
