ନମାମି ନମାମି ରାମ
ନମାମି ନମାମି ରାମ
ନମାମି ନମାମି ରାମ
=============
ନମାମି ନମାମି ରାମ
ରାଜୀବ ଲୋଚନ l
ନମାମି ନମାମି ରାମ
କରୁଣା ନିଧାନ ll
ନମାମି ନମାମି ରାମ
ପ୍ରଭୁ ଦାଶରଥି l
ଜୀବନ ଯୁଦ୍ଧରେ ପ୍ରଭୁ
ଜୀବର ସାରଥୀ ll
ନମାମି ନମାମି ରାମ
ପ୍ରଭୋ ସତ୍ୟସନ୍ଧ l
ତବ ନାମେ କଟିଯାଏ
ସଂସାରର ଦ୍ଵନ୍ଦ୍ୱ ll
ନମାମି ନମାମି ରାମ
ମହା ଧନୁର୍ଦ୍ଧର l
ତୁମ୍ଭେ ଦୟାମୟ ପ୍ରଭୁ
କରୁଣା ସାଗର ll
ନମାମି ନମାମି ପ୍ରଭୁ
ଜାନକୀ ନାୟକ l
ସ୍କନ୍ଧରେ ସୁନ୍ଦର ତବ
କୋଦଣ୍ଡ ସାୟକ ll
ନମାମି ନମାମି ରାମ
ଶ୍ୟାମଳ ମୂରତି l
ସୀତାଙ୍କୁ ହରି ରାବଣ
ଲଭିଲା ମୁକତି ll
ନମାମି ନମାମି ରାମ
ଶରଣ ରକ୍ଷଣ l
ଶରଣ ପଶିଲେ ପଦେ
ଭକ୍ତ ବିଭୀଷଣ ll
ନମାମି ନମାମି ରାମ
ନାମ ଭବେ ଭେଳା l
ପଦର ପରଶ ପାଇ
ଅହଲ୍ୟା ତରିଲା ll
ନମାମି ନମାମି ରାମ
ଯୁଗ ଅବତାର l
ରାମ ନାମେ ହନୁମାନ
ଲଙ୍ଘିଲେ ସାଗର ll
ନମାମି ନମାମି ରାମ
ଭକତ ବତ୍ସଳ l
ପଥର ଭାସିଲା ଜଳେ
ସାଗର ବାନ୍ଧିଲ ll
ନମାମି ନମାମି ରାମ
ଭକ୍ତ ହନୁମାନ l
ଭରତ ଶତ୍ରୁଘ୍ନ ଭାଇ
ସୁମିତ୍ରା ନନ୍ଦନ ll
ନମାମି ନମାମି ନାମ
ଏ ସଂସାରେ ସାର l
ବଡ଼ ବଡ଼ ପାପ ନାମେ
ରହେ ଯାଇ ଦୂର ll
ନମାମି ନମାମି ରାମ
ପ୍ରଭୁ ଦୁଷଣାରି l
ଧର୍ମ ସଂସ୍ଥାପିଲ ପ୍ରଭୁ
ରାକ୍ଷସ ସଂହାରି ll
ନମାମି ନମାମି ରାମ
ଅଗତିର ଗତି l
ରାମ ପରି ରାଜା ନାହିଁ
ସୀତା ପରି ସତୀ ll
ନମାମି ନମାମି ରାମ
ପ୍ରଭୁ ରଘୁନାଥ l
ସୀତା ରାମ ମୟ ମୁହିଁ
ଜାଣଇ ଜଗତ ll
ନମାମି ନମାମି ରାମ
କରୁଣା ସରିତ l
ରାମ ନାମ ଏକା ଅଟେ
ଜଗତରେ ସତ୍ୟ ll
ନମାମି ନମାମି ରାମ
ନମାମି ନମାମି l
ନମାମି ନମାମି ରାମ
ଜଗତର ସ୍ଵାମୀ ll
ନମାମି ନମାମି ରାମ
ପ୍ରଭୁ ବିଶ୍ବବାସ l
ଚରଣେ ଶରଣ ବାଞ୍ଛେ
ଦାସ ଅନୁଦାସ ll
**********
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
