STORYMIRROR

Biswajit Sahoo

Inspirational

3  

Biswajit Sahoo

Inspirational

ନକଲି ଲେଖା

ନକଲି ଲେଖା

1 min
377

ଭାବିଲି ଦିନେ ପତ୍ରିକା ପାଇଁ

ଲେଖିବି ବୋଲି ଲେଖା,

କେତେ କଳ୍ପନା କରି ମୁୁହିିଁ ମନେ

ଧରିଲି କଲମ ଖାତା।

କଥା ଲେଖିବି କି ଗୀତ ଲେଖିବି

ଭାବି ନ ପାରିଲି ମୁହିିିଁଁ,

ପତ୍ରିକା ପାଇଁ ଦେଲେଣି ସମସ୍ତେ

ସମୟତ ଆଉ ନାହିଁ।

କେଉଁ ନାୟିକାର କାହାଣୀ ଲେଖିବି

ଆଙ୍କିିିବି କାହାର ଚିତ୍ର,

ସାହିତ୍ୟ ସଙ୍ଗୀତ ସମୁଦ୍ର କୂଳେ ମୁଁ

ଜଳବିନ୍ଦୁ ଏକମାତ୍ର।

ଓଲଟାଇ ଗୋଟେ ପୁରୁଣା ପତ୍ରିକା

କାହାଣୀ ଗୋଟିଏ ଦେଖି,

ଧଳା କାଗଜରେ ମୋହରି ନାମରେ

ଆନନ୍ଦରେ ଗଲି ଲେଖି।

ଏହି ସମୟରେ ପଛରୁ କାନକୁ

କିଏସେ ଧରିଲେ ଟାଣି,

ବୁଲି ଦେଖେ ବାପା ଠିଆ ପାଶେ ମୋର

ମୁଖୁ ନ ଝରଇ ବାଣୀ।

ଧିରେ ହସି ହସି କହିଲେ ନ ଦିଅ

ଏପରି ନକଲି ଲେଖା,

ନକଲ କରନ୍ତି ନକଲି ମଣିଷ

ଏହା ନୁହେଁ ତୋର ଶିକ୍ଷା।

ନକଲି ଲେଖା କୁ ପତ୍ରିକାରେ ଦେଲେ

ହସୁୁଥିବେ ଲୋକେ ଚାହିଁ

ପତ୍ରିକାର ସୃଷ୍ଟି ହୋଇଛି ସବୁରି

କଳ୍ପନାର ବୃଦ୍ଧି ପାଇଁ।

ଏହି ଘଟଣାଟି ଦେଇଛି ପ୍ରେରଣା

ନିଜେ କିଛି ଲେଖିବାକୁୁ,

କାଗଜ ଛାତିରେ କଲମ ମୁୁନରେ

ମନକଥା ଛାପିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational