ନିୟତିର ଖେଳ
ନିୟତିର ଖେଳ
କ୍ଷଣିକ ଜୀବନ, ପାଚିଲା ଥାଇ
କଞ୍ଚା ବି ଝଡି ପଡ଼େ,
ଜୀବନ ପାଚିଲା ବେଳକୁ ହୋଇ
ଆପଣାର ତାକୁ ତଡେ ।
ସମୟ ଲାଗେନି ମନେ ପରଶ୍ରୀକାତର
ଅହଂକାର ଭରିବାକୁ,
ସେଥିରେ ଜଳିହେଲେ, ନିଆଁରେ ଗୋଡ
ଖସେ ତଳକୁ ତଳକୁ ।
କିଏ ବା ବୁଝିବ କାହିଁକି ଶୁଣିବ ନିଜେ
ଯିବ ନିଜ ଜିହ୍ବା ଛେଦିବାକୁ
ନିୟତିର ଖେଳେ ନିଜେ ପଡ଼ି ଯିବ,
ବଳ ନଥିବ ଉଠିବାକୁ ।
ଢେଉ ପରି ଆପଣା ସମ୍ପର୍କର ଆୟୁଷେ
ସୃଷ୍ଟି ହୁଏ ଝଡ଼
ସମୟ ତ ବୁଝେନି ଠିକ ଅବା ଭୁଲ ଅବା
ଛୋଟ ଅବା ବଡ ।
ନିୟତିର ଖେଳେ, ପୂର୍ଣ୍ଣିମାରେ ଅଦୃଶ୍ୟ ହୋଇ
ଯାଏ ପୂର୍ଣ୍ଣ ଜହ୍ନ
ବାସଥିବା ଫୁଲର ରହେନି ବାସ୍ନା, ଖୁସି ସବୁ
ହୁଏ ବିସର୍ଜନ ।
ନିୟତିର ଖେଳରେ ସମୟ ପଡିଲେ ଥିବା କଥା
ସବୁ ହଜିଯାଏ
ମଣିଷ ମଧ୍ୟ ସେହି ସମୟ ଭିତରେ ବେଳେ ବେଳେ
ନିଜକୁ ହଜ଼ାଇ ଦିଏ ।
