STORYMIRROR

Amita Rath

Classics

3  

Amita Rath

Classics

ନିୟତି ସହ ସାଲିସ - ୧

ନିୟତି ସହ ସାଲିସ - ୧

1 min
232

ଫୁଲ ଟିଏ ଫୁଟିବା ଠାରୁ ଝଡ଼ିବା ଯାଏ

ନଈଟିଏ କେଉଁ ଅଜଣା ଗିରି ଗହ୍ଵର ରୁ ବାହାରି

ସାଗର ବକ୍ଷରେ ମିଶିବା ଯାଏ

ଧରିତ୍ରୀ ଠାରୁ ଆକାଶ ଯାଏ

ଆକାଶ ଠାରୁ ଅନ୍ତରୀକ୍ଷ ଯାଏ

ଦିଗରୁ ଦିଗନ୍ତ ଯାଏ

ସସୀମ ରୁ ଅସୀମ ଯାଏ

ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ଯାଏ

ସନ୍ଧ୍ୟା ତାରା ଦିଶିବା ଠାରୁ

କୁଆଁ ତାରା ଉଇଁବା ଯାଏ

ପତ୍ର ଝଡା଼ ଆରମ୍ଭ ହେବା ଠାରୁ

ଫଗୁଣ ଆସିବା ଯାଏ

ଆଦ୍ୟଠାରୁ ପ୍ରାନ୍ତ ଯାଏ

ପ୍ରତି ମୁହୂର୍ତ୍ତର 

ପ୍ରତିଟି ଚଳତ୍ ଚିତ୍ର ପୂର୍ବ ନିର୍ଦ୍ଧାରିତ ଏଠି !

ସଭିଏଁ ପାଆନ୍ତି ଏଠି 

ନିଜ ନିଜର ପ୍ରାପ୍ୟ , ଯଥା ସମୟରେ

ଯଥୋଚିତ ଭାବରେ।

ତଥାପି ବେଳେ ବେଳେ, ସତ୍ୟ କୁ ସ୍ଵୀକାରି ନେବା

ମଣିଷ ପକ୍ଷରେ

କେତେ କଷ୍ଟକର ହୁଏ ସତରେ !

କିନ୍ତୁ ସେଇୟା ହିଁ ତ ତା'ର ପ୍ରାପ୍ୟ

ପୂର୍ବର କିଛି କୃତକର୍ମ ପାଇଁ

ଅଥବା, ତାହା ତା'ର ବର୍ତ୍ତମାନ ର କର୍ମ 

ଭବିଷ୍ୟତ ର ଫଳ ପ୍ରାପ୍ତି ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics