Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ajit Kumar Raut

Abstract

4  

Ajit Kumar Raut

Abstract

ନିତ୍ୟେ ହେଉ ଜପାମାଳି

ନିତ୍ୟେ ହେଉ ଜପାମାଳି

1 min
371



ଆବଶ୍ୟକ ନାହିଁ କିଛିହିଁ କାଳିଆ ଜୀବନ ଯାତ୍ରାରେ ମୋର

ତବ ନାମ ମୋର ହେଉ ଜପାମାଳି

ଆଶିର୍ବାଦ ମତେ କର ।


    ଜୀବନ ଦେଇଛୁ ସତ୍ୟପଥେ ନେବୁ

    ମାତ୍ର ମନବାଞ୍ଚ ମୋର

    ନାମ ଜଗନ୍ନାଥ ଗୁଞ୍ଜୁ ଅନ୍ତର୍ଭୁକ୍ତେ

    କରୁଣା ଏତିକି କର ।


ଗୁଞ୍ଜୁ ହୃଦେ ମୋର କୃଷ୍ଣରାମ ନାମ ଗୁଞ୍ଜୁ ଥାଉ ଜଗନ୍ନାଥ 

ହୃଦୟରେ ମୋର ଆବିର୍ଭାବ ହୁଅ

କର ଧର୍ମପଥେ ପଥ ।


    ହେଉ କର୍ମପଥ ଜନତା କଲ୍ୟାଣେ

    ହେଉ ରାଷ୍ଟ୍ର ସେବା ଶ୍ରେଷ୍ଠ

    ରାଷ୍ଟ୍ରର ପ୍ରେମରେ ପ୍ରେମିକ କରହେ

    ରାଷ୍ଟ୍ର ପ୍ରେମ କର ଶ୍ରେଷ୍ଠ ।


ମିଶୁ ଦେହ ମୋର ରାଷ୍ଟ୍ରର ନିର୍ମାଣେ ବିମୁଖ ନହୁଟି କେବେ

କର ରାଷ୍ଟ୍ର ମାଟି ଜୀବନେ ଚନ୍ଦନ 

ନକର ବଞ୍ଚିତ କେବେ ।

    

    ସେବା ମାତୃଭୂମି ହେଉ ମୋ କର୍ତ୍ତବ୍ୟ

    ମାତୃଭାଷା ଅଳଙ୍କାର

    ସୁରକ୍ଷାର ପାଇଁ ସମର୍ପଣ ଭାବ

    କରହେ ଜୀବନେ ମୋର ।


ଦିଅ ଶକ୍ତି ପ୍ରଭୁ ଆହେ ଜଗନ୍ନାଥ ମନ ପ୍ରାଣ ରହୁ ତହିଁ

ନକର ବିମୁଖ କର୍ତ୍ତବ୍ୟ ପଥରୁ

ଶକ୍ତି ଭରି ଦିଅ ତହିଁ ।


    ଦିନରାତି ରହୁ ଭକ୍ତି ଚରଣରେ

    ଗୁଞ୍ଜୁ ଜଗନ୍ନାଥ ଗୁଞ୍ଜୁ

    ଶ୍ରଦ୍ଧା ଭକ୍ତି ପ୍ରେମେ ଅଳଙ୍କାର କର

    ନିତ୍ୟେ ହୃଦୟରେ ଗୁଞ୍ଜୁ ।


Rate this content
Log in