ନିଷ୍ଠୁର ସମୟ
ନିଷ୍ଠୁର ସମୟ
ସମୟର ଗତି କେତେବେଳେ ବଦଳେ
କିଏ ବା ପାରିଛି ଜାଣି
କେତେବେଳେ ଦିଏ ଖୁସିର ପସରା
ପୁଣି କେବେ ଆସେ ଦୁଃଖର ଲହରୀ |
ସମୟ ସାଥିରେ ସଭିଏଁ ଚାଲନ୍ତି
ସମୟକୁ କିଏ ବଦଳାଇ ପାରିଛି
ସମୟ ଚକ୍ରରେ ସଭିଏଁ ଫସନ୍ତି
କିଏ ବା ତା'ସଙ୍ଗେ ଜିତି ପାରିଛି |
ସମୟ ସାଥିରେ ଆମେ ସଭିଏଁ ଦାସୀ
ତାରି ସାଙ୍ଗରେ ସଭିଏଁ ଚାଲନ୍ତି
ନିଷ୍ଠୁର ସମୟ କାଇଁ ଦେଉଥାଏ ଦୁଃଖ
ସହି ହୁଏ ନାହିଁ ଏ ଦାରୁଣ ଦୁଃଖ |
ସମୟକୁ କେବେ କିଏ ବା ପାରିଛି ଜାଣି
କେତେବେଳେ ଆଣେ ଜୀବନର ଖୁସି
ଛପି ଛପି ଖେଳୁଥାଏ ଆମରି ସାଥିରେ
ସମୟ ସାଥିରେ ଆମରି ଏ କାହାଣୀ ||
