STORYMIRROR

Manaswini Dash

Abstract

4  

Manaswini Dash

Abstract

ନିଷ୍ଠୁର ବାସ୍ତବତା

ନିଷ୍ଠୁର ବାସ୍ତବତା

1 min
200

ଜୀବନର ସରଳ ଦୁନିଆରେ ବୁଲୁଥିଲି 

ଏକ ନିରୀହ ଆତ୍ମାର ପରିଚୟ ନେଇ 

ସମସ୍ତଙ୍କ ଉପରେ ଉଜାଡୁଥିଲି

ବିଶ୍ୱାସର ଅତଳ ଭଣ୍ଡାର 

ଆଦରି ନେଇଥିଲି ସମସ୍ତଙ୍କୁ

ନିଜଠୁ ମଧ୍ୟ ଅଧିକା ନିଜର ଭାବି 

ସାଉଣ୍ଟୁଥିଲି ଅଜଣା ରାଇଜରେ

ସାଇତା ଅନେକ ସପନର ମୋତି 

ମାତ୍ର, ବାସ୍ତବତାର ନିଷ୍ଠୁର ପରିପ୍ରକାଶ

ସବୁ କିଛି ଲୋଟିନେଲା 

ଆଉ ଛାଡିଦେଲା ଏକ ଅଜଣା ଗଳି ବାଟରେ 

ଆଜି ଏକ ନିର୍ବୋଧ ମଣିଷ ପରି

କେବଳ ଆକାଶକୁ ଅନେଇ ଠିଆ ହୋଇଛି 

ଆଉ ଆଖିରୁ ଝରି ଯାଉଛି କିଛି ଅମାନିଆ ଲୁହ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract