STORYMIRROR

Sujata Routray

Abstract Tragedy

3  

Sujata Routray

Abstract Tragedy

ନିଷ୍ପତି

ନିଷ୍ପତି

1 min
306

ନେଇଥିବା ନିଷ୍ପତି ଜାଣିନି ଭୁଲ୍ ନା ଠିକ୍ ଥିଲା

ଏତେ ବର୍ଷ ପରେ ଆଜି ପୁଣି ମନକୁ ଆସିଲା


ମୁଁ ଖାଲି ଖୋଜୁଥିଲି ସହଯୋଗ

ମାତ୍ର ଦେବାକୁ ସମସ୍ତେ ଥିଲେ ଅମଙ୍ଗ


ସମସ୍ତଙ୍କର ଫର୍ମାସି ଆଉ ସ୍ବାର୍ଥ ଥିଲା

ମୁଁ ସ୍ବତଃ ସ୍ଫୁତ ଭାବେ ତାଳ ଦେଇ ଚାଲିଥିଲି


ସମସ୍ତଙ୍କର ଅଭିଯୋଗର କେନ୍ଦ୍ରବିନ୍ଦୁ ମୁଁ ଥିଲି

ତର୍ଜମା କରିବାକୁ ସମୟ ନଥିଲା,ନିର୍ବାକ ଥିଲି


ବର୍ଷ ପରେ ବର୍ଷ ବିତୁଥାଏ ଆଉ ମଣିଷରୁ ଯନ୍ତ୍ର

କେବେବି ଭଲ ଶୁଣିନଥିଲି ବା ଶୁଣିବାକୁ ଇଛା ନଥିଲା


ନିଜ ସ୍ବାର୍ଥକୁ ବଳିଦେଇ ସାରିଥାଏ

ହଠାତ୍ ଗତିପଥ ବଦଳିଲା,ଈଶ୍ବରଙ୍କ ନିର୍ଣ୍ଣୟ ବୋଧେ


ସମସ୍ତେ ଚାଲିଗଲେ ଯେଝା ରାସ୍ତାରେ

ମୁଁ ସଂପୂର୍ଣ୍ଣ ଏକୁଟିଆ ଆଉ ପିଲାମାନେ


ସବୁଥର ପରି ମୁଁ ଆଉ କାହା ପଛେ ଯାଇ ନଥିଲି

ଏଥର ପୂରା ସ୍ଥିର ନିଶ୍ଚଳ ଥିଲି, ଅଟକି ଗଲି


କେହିତ ପଛକୁ ଅନେଇଲେନି

ଭାବୁଛି କାହା ପାଇଁ ତ୍ୟାଗ କଲି


ନିର୍ଣ୍ଣୟ ସଂପୂର୍ଣ୍ଣ ଭୁଲ ଥିଲା

ଚିନ୍ତା କରିବାକୁ ସମୟ ନଥିଲା


ବୟସର ସାୟାହ୍ନରେ ଆଗକୁ ନଯାଇ

ଇଛା ହେଉଛି ପଛକୁ ଫେରିଯିବାକୁ


ଜୀବନର ସଠିକ୍ ନିଷ୍ପତି ନେବାକୁ

ବୋଧହୁଏ ଆଉଥରେ ପଡିବ ଜନ୍ମ ନେବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract