STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
249


ମନ ଉଦବେଗ ହୃଦୟ ଆତୁର

  କାଳିଆ ଦର୍ଶନ ପାଇଁ,

କରିନି ଦର୍ଶନ ମଣିମା କୁ ମୁହିଁ

  ଯିବି ମୁଁ ଦର୍ଶନ ପାଇଁ।


ନିଷିଦ୍ଧ ଇଲାକା କଲେ ବୈଜ୍ଞାନିକେ

  ଆସିବ ଝଡ଼ ତୁଫାନ,

ବଙ୍ଗସାଗରରୁ ଉଠିବ ତୁଫାନ

  ନିଷିଦ୍ଧ ଇଲାକା ପୁନ।


କହରେ କାଳିଆ କି କରିବି ମୁହିଁ

  ବୁଦ୍ଧି ଦିଶୁ ନାହିଁ ତିଳେ,

ଛନଛନ ମନ ବିଚଳିତ କରେ

  ଅତି ହିଁ ଯନ୍ତ୍ରଣା ମିଳେ।


ସିଂହଭୂମି ଅଟେ ତହରି ଭୂମିରେ

  ବଡ଼ଦେଉଳରୁ ଦୂରେ,

ନିଷିଦ୍ଧ ଇଲାକା ନିଷିଦ୍ଧ ହୋଇଛି

  ଯିବା ପାଇଁ ତହିଁ କାରେ।


କାହିଁକି ହୋଇଲା ନିଷିଦ୍ଧ ଇଲାକା

  ବଡ଼ ଠାକୁରଙ୍କ ଭୂମି,

କର୍ମହୀନ ମୋର ହୋଇଲା କି ପ୍ରଭୁ

  ନଦେଖି ପାରିବି ଭୂମି।


କରି ପାରିବିନି ଦର୍ଶନ ତୋହର

  ଭାଗ୍ୟ ଅଟେ ଅତି ହୀନ,

ଛୁଇଁ ପାରିବିନି ଚରଣ ତୋହର

  ଏତେ କପାଳଟା ହୀନ।


କିଛି ଅର୍ଥ ମୁହିଁ ସଂଗ୍ରହ କରିଛି

  ନୈବେଦ୍ୟ କିଣିବା ପାଇଁ,

ଭାବି ଥିଲି ମୁହିଁ କରିବି ଅର୍ପଣ

  ବଡ଼ ଠାକୁରଙ୍କ ପାଇଁ।


ବୃଥା ହେଲା ସବୁ ଆଶା ଅଭିଳାଷା

  ଯନ୍ତ୍ରଣା ଦିଏ ଅପାର,

ତହ ବିନୁ ଗତି ନାହିଁରେ କାଳିଆ

  ତୁହିତ ହୃଦ ଠାକୁର।


ଦୂରେ ରାଇଜରେ ରହିଅଛି ମୁହିଁ

  ହୃଦୟେ ରହିଛୁ ତୁହି,

ମନ ପ୍ରାଣ ମୋର ତହରି ଚରଣେ

  ତନାମ ଗାଉଛି ମୁହିଁ।


ଝାଡ଼ଖଣ୍ଡ ରାଜ୍ୟେ ରହିଅଛି ମୁହିଁ

  ସିଂହଭୂମି ଜନ୍ମସ୍ଥଳୀ,

ଉତ୍କଳର ଭୂମି ଏହୁ ସିଂହଭୂମି

   ତହରିତ ଏହୁ ସ୍ଥଳୀ।


ଓଡ଼ିଆ ର ଭୂମି ସିଂହଭୂମି ଅଟେ

  ଆରାଧ୍ୟ ବଡ଼ ଠକୁର,

କହିଥାନ୍ତି ପ୍ରଭୁ ଓଡ଼ିଆ ଦୁର୍ଗତି

  ଶିକ୍ଷା ନାହିଁ ଓଡ଼ିଆର।


କର୍ମକୁ ଆଦରୀ ରହିଛନ୍ତି ସର୍ବେ

  ଚିନ୍ତା କରୁଛନ୍ତି ନିତ୍ୟେ,

ତବନାମ ପ୍ରଭୁ ଜପମାଳି ତାଙ୍କ

  ଭୋଜୁ ଛନ୍ତି ନିତ୍ୟେ ନିତ୍ୟେ।


ବଡ଼ଦେଉଳରେ କହିଥାନ୍ତି ସବୁ

  ନିଷିଦ୍ଧ କଲୁ ଇଲାକା,

ପୁଣି କେବେ ପ୍ରଭୁ ସୁଦୟା କରିବୁ

  ଯିବିଟି ତୋର ଇଲାକା।


କୃପାସିନ୍ଧୁ ପ୍ରଭୁ କରୁଣା କରିବେ

  ଯିବିଟି ତାଙ୍କ ମନ୍ଦିର,

ମନକଷ୍ଟ ଯାହା ଅଛିଟି ମନରେ

  ଗୁହାରି ତାଙ୍କ ଛାମୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy